ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୨୬ ଏବଂ ୨୭ରେ ରାଜ୍ୟର ସବୁ ଏସ୍‌ପି ଅଫିସ୍ ଘେରିବ ବିଜେପି ଯୁବ ମୋର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀ । ମମିତା ମେହେର ପ୍ରସଙ୍ଗରେ ଆଗାମୀ ୨୬ ଏବଂ ୨୭ ତାରିଖରେ ରାଜ୍ୟର ସବୁ ଏସ୍‌ପି ଅଫିସ୍ ଘେରାଉ କରିବ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ଯେ ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଇନାହିଁ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ । ଏହାସହ ଘଟଣାର ସିବିଆଇ ତଦନ୍ତର ଦାବି କରିଛି ଯୁବ ମୋର୍ଚ୍ଚା ।

ରାଜ୍ୟବାସୀଙ୍କଠାରେ ମମିତା ମେହେରଙ୍କ ହତ୍ୟାକାଣ୍ଡ ଆନ୍ଦୋଳନ ସୃଷ୍ଟି କରିଛି । ନବୀନ ସରକାରର ୨୧ ବର୍ଷର ଶାସନରେ ନାରୀ ନିର୍ଯାତନାର ଆଉ ଏକ କଳା ଫର୍ଦ ଯୋଡ଼ି ହୋଇଛି । ଯୁବ ସମାଜକୁ ଅନ୍ଦୋଳିତ କରୁଛି ଏହି ଘଟଣା । ମାଧବୀଲତା, ଇତିଶ୍ରୀ, ପରୀ, ସୌମ୍ୟରଞ୍ଜନ, ସ୍ମିତାରାଣୀ ଭଳି ଘଟଣା ପୂର୍ବରୁ ଦେଖାଯାଇଛି । ବାରମ୍ବାର ସରକାରଙ୍କୁ ଚେତେଇ ଦେବା ସତ୍ତ୍ବେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉନାହାନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରକୁ ଅଣାଯାଉନାହିଁ । ପୋଲିସ ବିଭାଗର ମନ୍ତ୍ରୀ ଯଦି ହତ୍ୟାକାରୀ ସାଜିଛନ୍ତି, ଅଭିଯୁକ୍ତକୁ ଫେରାର ହେବାରେ ସାହାଯ୍ୟ କରିଛନ୍ତି ମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗର ମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା କାହିଁକି ମୁହଁ ଖୋଲୁ ନାହାନ୍ତି । କାହିଁକି କେବଳ କିଛି ଅଧିକାରୀଙ୍କୁ ନିଲମ୍ବିତ କରାଗଲା । କେଉଁ ମନ୍ତ୍ରୀଙ୍କ ଚାପରେ ପୋଲିସ ଏତଲା ରୁଜୁ କଲା ନାହିଁ । ଏକଥା ପୋଲିସ ସ୍ପଷ୍ଟ କରୁନାହିଁ । ମମିତା ମେହେରଙ୍କ ବାପା-ମା’ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କାହିଁକି ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ଅଣାଯାଉନାହିଁ ବୋଲି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରଶ୍ନ କରିଛନ୍ତି ।

Leave a comment