ବିଜୟଙ୍କ ବିଜୟ ପାଇଁ ରଘୁନାଥପୁର ବ୍ଲକରେ ସଞ୍ଜୟଙ୍କ କର୍ମୀ ସମ୍ବିଳନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକର ରାଢଙ୍ଗ ପଞ୍ଚାୟତ ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରି ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଏହି ସମ୍ବିଳନୀ ରେ ଶ୍ରୀ ଦାସବର୍ମା ନିବେଦନ କରିଛନ୍ତିି ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ବ୍ୟତୀତ ଏହି ସମ୍ବିଳନୀରେ ବ୍ଲକ ଅଧ୍ୟକ୍ଷା ସ୍ବପ୍ନା ସରିତା ବଳ ଓ ଅନେକ ଦଳୀୟ ନେତା ଉପସ୍ଥିତି ଥିଲେ ।

Leave a comment