ବିଜେଡି ଜିତିବ ୧୪୦: ସତ୍ୟଜିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୬୦ ନୁହେଁ କି ୭୦ ନୁହେଁ, ୮୦ ନୁହେଁ କି ୯୦ ନୁହେଁ, ୧୧୦ ନୁହେଁ କି ୧୨୦ ମଧ୍ୟ ନୁହେଁ ବିଜେଡି ପାଇବା ୧୪୦ ଆସନ । ଦୀର୍ଘ ୧୯ ବର୍ଷ ଧରି ଶାସନ କରି ଆସିଥିବା ବିଜେଡି ପାଇବ ୧୪୦ ଆସନ । ଏହିକଥା କହିଛନ୍ତି ବିଜେଡିର ପ୍ୟାନେଲଲିଷ୍ଟ ତଥା ଏକଦା ଓଡ଼ିଆ ଗଣମାଧ୍ୟମର ପରିଚିତ ନାମ ସତ୍ୟଜିତ ମିଶ୍ର । ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟର ଯାହା ପରିସ୍ଥିତି ଆଉ କେନ୍ଦ୍ରରେ କଂଗ୍ରେସ ଓ ବିଜେପି ଯେପରି ଲୋକପ୍ରିୟତା ହରାଇଛନ୍ତି ଏବଂ ଆଞ୍ଚଳିକ ଦଳର ଗୁରୁତ୍ୱ ବଢୁଛି ସେତେବେଳେ ନବୀନଙ୍କ ଭାବମୂର୍ତ୍ତି ଆହୁରି ଉଜ୍ବଳ ହୋଇଛି । ତେଣୁକରି ୨୦୦୯ରୁ ଯେମିତି ୨୦୧୪ରେ ଯେମିତି ଆସନ ସଂଖ୍ୟା ବୃଦ୍ଧି ପାଇଥିଲା ୨୦୧୯ ତାହା ଆହୁରି ବୃଦ୍ଧି ପାଇବ । ଯାହା ଫଳରେ ବିଜେଡି ଆସନ ସଂଖ୍ୟା ବୃଦ୍ଧିପାଇ ୧୪୦ରେ ପହଞ୍ଚିବ ।
ଉପହାସ ଛଳରେ ସେ କହିଛନ୍ତି, କଂଗ୍ରେସ, ବିଜେପି ୭ଟି ଆସନ ଭାଗକରି ନେବେ । ସେଥିରୁ ୫ଟି ଆସନ କଂଗ୍ରେସ ନେଲେ ୨ଟି ବିଜେପି ନେବ । ରାଜ୍ୟରେ କଂଗ୍ରେସ ଅବସ୍ଥା ସମସ୍ତଙ୍କୁ ଜଣା । ବିଜେପିର ମିଶନ ୧୨୦ କୁ ଲୋକେ ନାକ ଟେକିଲେଣି । ଏସବୁ ଭିତରେ କିନ୍ତୁ ରାଜ୍ୟ ସରକାର ନିଜକୁ ଲୋକଙ୍କ ଅଧିକ ନିକଟତର କରିବା ସହ ସେମାନଙ୍କ ବିଶ୍ୱାସ ଭାଜନ ହୋଇସାରିଲେଣି । ଓଡ଼ିଶାର ସାଧାରଣ ଜନତା ମିଥ୍ୟା ଭାଷଣ ଉପରେ ନୁହେଁ କାର୍ଯ୍ୟ ଉପରେ ବେସି ଗୁରୁତ୍ୱ ଦିଅନ୍ତି ତେଣୁ ଏଥର ମହିଳା, ଯୁବକ ଏବଂ ବୃଦ୍ଧା ମାନେ ବର୍ତ୍ତମାନ ନବୀନ ମୁହାଁ ଅଛନ୍ତି ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କୁ ନିଜର ପ୍ରିୟନେତା ଭାବେ ଚୟନ କରିବେ ଓ ବିଜେଡି ୧୪୦ ଟି ଆସନରେ ଜୟଯୁକ୍ତ ହୋଇ ସରକାର ଗଢ଼ିବ ।