ବିଜେପିକୁ ଘେରିବ ବିଜେଡ଼ି, ହେବ ରାଜ୍ୟବ୍ୟାପି ଆନ୍ଦୋଳନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛିଦିନ ହେବ ବିଜେପି ରାଜ୍ୟ ସରକାରଙ୍କୁ ମହାଲିଙ୍ଗ କଲେଜର ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ସମ୍ପୃକ୍ତି ନେଇ ଘେରି ଆସୁଛି । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ବିରୋଧର ନିଆଁ ବ୍ୟାପିବାରେ ଲାଗିଛି । ଏତେ ବିରୋଧ ଏବଂ ଆନ୍ଦୋଳନ ସତ୍ତ୍ୱେ ରାଜ୍ୟ ସରକାର ଚୁପ ବସିଥିବା ନେଇ ମଧ୍ୟ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି ହେଉଛି । ବିଗତ କିଛିଦିନ ଧରି ବ୍ୟାକଫୁଟ ରେ ଥିବା ରାଜ୍ୟ ସରକାର ଆଜି ହଠାତ ଚେଇଁ ଉଠିଛି । କିଛି ସମୟ ପୂର୍ବରୁ ନବୀନ ନିବାସରେ ଡକାଯାଥିଲା ଆପତକାଳୀନ ବୈଠକ । ଏହି ବୈଠକରେ ବରିଷ୍ଠ ନେତା, ଅନେକ ମନ୍ତ୍ରୀ ଯୋଗଦାନ ଦେଇଥିବା ଵିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଏହି ବୈଠକରେ ବର୍ଦ୍ଧିତ ଦରଦାମ ନେଇ କେନ୍ଦ୍ର ବିଜେପି ସରକାରଙ୍କୁ ଘେରିବାକୁ ଟାର୍ଗେଟ କରୁଛନ୍ତି ରାଜ୍ୟ ସରକାର। ଆସନ୍ତା କାଲି ରାଜଭବନ ସମ୍ମୁଖରେ ଦରଦାମ ବୃଦ୍ଧି ବିରୋଧରେ ଧାରଣାରେ ବସିବା ସହ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ବିଜେଡ଼ି । ସେହିପରି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ସମ୍ୱନ୍ଧରେ ମଧ୍ୟ ଦଳ କିଛି ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି । ଏତେଦିନ ହେଲାଣି ଦରଦାମ ବଢିଚାଲିଛି କିନ୍ତୁ ଆଜି ହଠାତ କିପରି ରାଜ୍ୟ ବିଜେଡ଼ି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଲା । ନିଜେ ମମିତା ହତ୍ୟା ମାମଲାରେ ଅକଳରେ ପଡିବାରୁ ଲୋକଙ୍କ ଧ୍ୟାନ ପରିବର୍ତ୍ତନ କରିବାକୁ ବିଜେଡ଼ି ଏହି ଚାଲ ଖେଳିବ ଯେପରିକି ପଞ୍ଚାୟତ ନିର୍ବାଚନରେ ସେ ବିଜେପି କୁ ବ୍ୟାକଫୁଟ କୁ ଠେଲିପାରିବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି ।

Leave a comment