କେନ୍ଦ୍ରରେ ବିଜେଡ଼ି ନେବ ନିର୍ଣ୍ଣାୟକ ଭୂମିକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ପ୍ରତିଷ୍ଠା ହେବାଦିନରୁ ନବୀନ ପଟ୍ଟନାୟକ ଏହାର ନେତୃତ୍ୱ ନେଲେଣି । ନବୀନ ନିଜର ୧୯ ବର୍ଷ ଶାସନ ମଧ୍ୟରେ ୪ଥର ନିରବଚ୍ଛିନ୍ନ ଭାବେ ମୁଖ୍ୟମନ୍ତ୍ରୀ ହେବାସହ ଥରେ ଲୋକସଭା ସାଂସଦ ହୋଇସାରିଛନ୍ତି ।

୨୦୦୯ ପର୍ଯ୍ୟନ୍ତ ଅବଶ୍ୟ ପ୍ୟାରିବାବୁ ନିର୍ବାଚନ ଫଳାଫଳ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଉଥିଲେ । ପୂର୍ବରୁ ନବୀନ ପଟ୍ଟନାୟକ କେବେ ଫଳାଫଳ ଆକଳନ ପ୍ରକାଶ ନିଜେ କରି ନଥିଲେ । ଦଳର ନେତାମାନେ ବିଭିନ୍ନ ସଂଖ୍ୟା କହୁଥିଲେ । କିନ୍ତୁ ଏଥର ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ନୟାଗଡ଼ ସଭାରେ କହିଲେ ବିଜେଡି ୨୧ ରୁ ୨୧ ଲୋକସଭା ଆସନ ଜିତିବ । ସେହିପରି ପ୍ରଥମ ପର୍ଯ୍ୟାୟରେ ଭୋଟ ସରିବା ପରେ ନବୀନ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡିର ଫଳାଫଳ ଭଲ ହେବ ଓ ବିଧାନସଭା ଆସନ ପୂର୍ବାପେକ୍ଷା ଅଧିକ ହେବ ।

ସର୍ଭେ ରିପୋର୍ଟ ଅନୁଯାୟୀ ଏଥର କେନ୍ଦ୍ରରେ ଏକାକୀ କୌଣସି ଦଳ ସରକାର କରିବାକୁ ସମର୍ଥ ହେବେ ନାହିଁ ବା ପୂର୍ଣ୍ଣ ବହୁମତ ପାଇବେନାହିଁ । ତେଣୁ ଆଞ୍ଚଳିକ ଦଳ ଏଥିରେ ନିର୍ଣ୍ଣାୟକ ଭୂମିକା ନେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ଭାଷଣରେ କହିଥିଲେ ବିଜେଡି କେନ୍ଦ୍ରରେ ନିର୍ଣ୍ଣାୟକ ଭୂମିକା ନେବା । ସେଥିପାଇଁ ବଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡିଶା ଗ୍ରସ୍ତ କରି ମତଦାତାଙ୍କୁ ମନାଇବାକୁ ଚେଷ୍ଟା କରିବା ସହ ଲୋକସଭା ଆସନରେ ଅଧିକ ରୁ ଅଧିକ ସିଟ ଜିତି କେନ୍ଦ୍ରରେ ନିଜ ସ୍ଥିତି ମଜଭୁତ କରିବାକୁ ପ୍ରୟାସ ଜାରିରଖିଛନ୍ତି । ସେହିପରି ରାଜନୈତିକ ବିଶେଷଜ୍ଞ ମାନେ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଏଥର କେନ୍ଦ୍ର ସରକାର ଗଠନରେ ବି.ଏସ.ପି, ବିଜେଡି ପରି ଆଞ୍ଚଳିକ ଦଳ ଗୁଡିକ ମୁଖ୍ୟ ଭୂମିକା ଗ୍ରହଣ କରିବେ ।

Leave a comment