କେନ୍ଦ୍ରରେ ସରକାର ଗଠନରେ ମୁଖ୍ୟ ଭୂମିକା ନେବ ବିଜେଡି: ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରିପଦା ଉଦଳାସ୍ଥିତ କରପଡାଠାରେ ଗୁରୁବାର ଆୟୋଜିତ ସଭାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସାଧାରଣ ସଭାକୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି, ମୟୂରଭଂଜରେ ମେଡିକାଲ କଲେଜ ସ୍ଥାପନକୁ ଜଣେ କେନ୍ଦ୍ରମନ୍ତ୍ରୀ ବିରୋଧ କରିଥିଲେ । ରାଜ୍ୟ ସରକାର ଏହି ମେଡିକାଲ କଲେଜ ସ୍ଥାପନ ପାଇଁ ୮୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ କେନ୍ଦ୍ର ମାତ୍ର ୨୦ ପ୍ରତିଶତ ଅର୍ଥ ଦେଇଛି । କେନ୍ଦ୍ର ସରକାର ଏସସି/ଏସଟି ପିଲାଙ୍କ ଛାତ୍ର ବୃତ୍ତି ବନ୍ଦ କରିଥିବା ବେଳେ ମୟୁରଭଂଜରେ ରେଳ ସମ୍ପ୍ରସାରଣ କରାଯାଇନାହିଁ । ମୟୁରଭଂଜବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି ନବୀନ କହିଥିଲେ ।

ଏହାପରେ ମୋରଡାଠାରେ ଆୟୋଜିତ ବିଶାଳ ଜନସଭାକୁ ନବୀନ ସମ୍ବୋଧିତ କରିବା ସହ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ନବୀନ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, ଏଥର କେନ୍ଦ୍ରରେ କୌଣସି ରାଜନୈତିକ ଦଳକୁ ବହୁମତ ମିଳିବନି । କେନ୍ଦ୍ରରେ ସରକାର ଗଠନରେ ବିଜେଡି ବଡ ଭୂମିକା ନେବ ବୋଲି ନବୀନ କହିଛନ୍ତି ।

Leave a comment