ନୟାଗଡ଼ରୁ ପ୍ରଚାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୨୧ ରୁ ୨୧ ଲୋକସଭା ଜିତିବ ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁ): ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନର ପ୍ରଚର ମଙ୍ଗ ଧରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନର ଷ୍ଟାର ପ୍ରଚାରକ ଭାବେ ବିଜେଡିର ପ୍ରଚାରକାର୍ଯ୍ୟ ନୟାଗଡରୁ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଖୁବ ବର୍ଷିଥିଲେ ।

ସୂଚନା ଅନୁଯାୟୀ, ଆଜି ବିଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସାଧାରଣ ନିର୍ବାଚନର ପ୍ରଚାର ଅଭିଯାନର ଶୁଭାରମ୍ଭ ନୟାଗଡ଼ ରୁ କରିଛନ୍ତି । ଏହି ପ୍ରଚାର ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ପ୍ରତିଶ୍ରୁତି ଦେଇ ସବୁ ଭୁଲିଗଲା ବିଜେପି ସରକାର । ମାତ୍ର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବିଜେଡି ତାର ଲଢେଇ ଜାରି ରଖିବ ‘। ସେହିପରି ରାଜ୍ୟରେ ୨୧ରୁ ୨୧ଟି ଲୋକସଭା ଆସନ ବିଜେଡି ଜିତିବ ବୋଲି କରିଛନ୍ତି ନବୀନ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓଡ଼ିଶାବାସୀ ତାଙ୍କର ହାଇକମାଣ୍ଡ ଏବଂ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡିଆଙ୍କ ପାଖରେ ରହିଛି ।

ମୁଖ୍ୟମନ୍ତ୍ରୀ ମହିଳାଙ୍କ ୩୩%ସଂରକ୍ଷଣକୁ ନେଇ କହିଛନ୍ତି, ‘ ସାରା ଦେଶରେ ବିଜେଡି ହେଉଛି ପ୍ରଥମ ଦଳ, ଯିଏକି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବାସ୍ତବତାରେ ପରିଣତ କରିଛି ।  ମହିଳାଙ୍କର ଉନ୍ନତି ହେଲେ, ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ’ । ଏହାସହ କାଳିଆ ଯୋଜନା ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରକୁ କଡା ଭାଷାରେ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a comment