ପରାଜୟର କାରଣ ଖୋଜୁଛି ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି ବିଜେଡି । ଅଧିକାଂଶ ବିଧାନସଭା ଓ ଲୋକସଭା ଆସନରେ ବିଜେଡ଼ି ଜିତିଥିବା ବେଳେ କାଁ ଭାଁ କେତୋଟି ଆସନ ବିଜେପି ହାତକୁ ଯାଇଛି । ତେବେ ସେହି କେତୋଟି ଆସନରେ ବିଜେଡି ପରାଜୟ ହେବାର କାରଣ ଖୋଜା ଆରମ୍ଭ ହୋଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବାସଭବନରେ ଦଳୀୟ ନେତା ପହଞ୍ଚି ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ।

କଣ୍ଟାବାଞ୍ଜିରେ ବିଜେଡି ପ୍ରାର୍ଥୀଙ୍କ ପରାଜୟ ନେଇ ଆୟୁବ ଖାଁ କହିଛନ୍ତି, ଅଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ବିଜେଡି ଭୋଟ ବିଭକ୍ତ ହୋଇଗଲା । ଫଳରେ ଏଠାରେ ବିଜେଡିକୁ ପରାଜିତ ହେବାକୁ ପଡ଼ିଲା । ସେହିପରି ବରଗଡ଼ ଲୋକ ସଭା ଆସନରେ ବିଜେଡ଼ି ହାରିବା ସମ୍ପର୍କରେ କିଶୋର ମହାନ୍ତି କହିଛନ୍ତି, ବରଗଡ଼ ଲୋକ ସଭା ଅଧୀନ ସମସ୍ତ ବିଧାନସଭା ଆସନରେ ବିଜେଡି ଜିତିଛି । ହେଲେ ଏ‌ହି ଲୋକସଭା ଆସନରେ ବିଜେଡ଼ି ପରାଜୟର କାରଣ ସମ୍ପର୍କରେ ପୋଷ୍ଟମର୍ଟମ ହେବା ଦରକାର ।
ସେପଟେ ଆଜିଠୁ କଂଗ୍ରେସ ପରାଜୟର କାରଣ ସମ୍ପର୍କରେ ସମୀକ୍ଷା କରିବ ବୋଲି ଜଣାପଡିଛି ।

Leave a comment