୩୦ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ଯବେକ୍ଷକ ତାଲିକା ଜାରି, ଜାଣନ୍ତୁ କେଉଁ ଟାଣୁଆ ନେତାଙ୍କୁ ମିଳିଲା କେଉଁ ଦାୟିତ୍ୱ

0

ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ଯବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ୨୦୨୪ ନିର୍ବାଚନକୁ ଲକ୍ଷ୍ୟ କରି ବଦଳିଛି ବିଜେଡିର ପର୍ଯ୍ୟବେକ୍ଷକ ତାଲିକା । । 9 ଜଣ ମନ୍ତ୍ରୀଙ୍କ ନାମ ପର୍ଯ୍ୟବେକ୍ଷକ ତାଲିକାରେ ରହିଥିବା ବେଳେ ମୋଟ ୨୫ ଜଣ ଟାଣୁଆ ନେତାଙ୍କୁ ମିଳିଛି ୩୦ ଜିଲ୍ଲା ଦାୟିତ୍ବ । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କୁ ସର୍ବାଧିକ ୪ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚେକ ଦେବାକୁ ତାଲିକାରେ ଅଧିକ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନରେ ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା କ୍ଷେତ୍ରରୁ ଲଢିବା ନେଇ ଚର୍ଚ୍ଚା ହେଉଛି । ସେଥିପାଇଁ ସେ ବାରମ୍ବାର ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଧର୍ମେନ୍ଦ୍ରଙ୍କ ସମ୍ଭାବ୍ୟ ଲୋକସଭା ନିର୍ବାଚନ କ୍ଷେତ୍ର ଅନୁଗୋଳ, ଢେଙ୍କାନାଳ ଓ ସମ୍ବଲପୁରର ପର୍ଯ୍ୟବେକ୍ଷକ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ସେହିପରି ତାଙ୍କୁ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ କେନ୍ଦୁଝର ସହ ମୟୂରଭଞ୍ଜ ଦାୟିତ୍ୱରେ ଥିଲେ ପ୍ରଣବ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଦାୟିତ୍ବ ଓ ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରିର ଦାୟିତ୍ବ ଦିଆଯାଇଛି ।

ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ବର ଦାୟିତ୍ବ, ବିଧାୟକ ସୁଧିର କୁମାର ସାମଲଙ୍କୁ ବରଗଡ, ପ୍ରତାପ ଜେନାଙ୍କୁ ଭଦ୍ରକ, ସୁଶାନ୍ତ ସିଂଙ୍କୁ ବଲାଙ୍ଗୀର, ଅମରେଶ ଜେନାଙ୍କୁ ଦେବଗଡ, ମନ୍ତ୍ରୀ ପ୍ରଫୁଲ ମଲ୍ଲୀକଙ୍କୁ କେନ୍ଦ୍ରାପଡ଼ା ଓ କଟକ, ଅରୁଣ କୁମାର ସାହୁଙ୍କୁ ଜଗତସିଂହପୁର, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ବିଜୟ ନାୟକଙ୍କୁ କନ୍ଧମାଳ, ରବୀନ୍ଦ୍ର କୁମାର ଜେନାଙ୍କୁ ଖୋର୍ଦ୍ଧା ଦାୟିତ୍ବ ଦିଆଯାଇଛି ।

ସେହିପରି ଈଶ୍ବର ପାଣିଗ୍ରାହୀଙ୍କୁ ନବରଙ୍ଗପୁର, ପଦ୍ମନାଭ ବେହେରାଙ୍କୁ ନୟାଗଡ଼, ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୁନ୍ଦରଗଡ଼, ପ୍ରଣବ ବଳବନ୍ତରାୟଙ୍କୁ କାଳହାଣ୍ଡି, ପ୍ରଦୀପ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା, ଦେବେଶ ଆଚାନର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ମୋଟ ୨୫ ଜଣ ବରିଷ୍ଠ ନେତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଗତ ୨୩ ତାରିଖରେ ସମୀର ମହାନ୍ତିଙ୍କ ସ୍ଥାନରେ ରାଜ୍ୟ ବିଜେପି ସଭାପତି ଭାବେ ବରିଷ୍ଠ ନେତା ମନମୋହନ ସାମଲଙ୍କୁ ଦଳ ନିଯୁକ୍ତ କରିଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରିଥିଲେ । ପୂର୍ବରୁ ମଧ୍ୟ ସେ ରାଜ୍ୟ ବିଜେପି ସଭାପତି ଥିଲେ ।

Leave a comment

You cannot copy content of this page