ଭୋଟ ରାଜନୀତି ପାଇଁ ଭାଇଚାରା ନଷ୍ଟ କରୁଛି ବିଜେପି: ପ୍ରସନ୍ନ ଆଚାର୍ଯ୍ୟ

ବିଜେପି କେନ୍ଦ୍ରୀୟ ଟିମର ସମ୍ବଲପୁର ଗସ୍ତ ପୂର୍ବରୁ ବର୍ଷିଲା ବିଜେଡି । ବିଜେପି ବିରୋଧରେ ବିଜେଡି ଆଣିଛି ବଡ଼ ଅଭିଯୋଗ । ସାମ୍ବାଦିକ ସମ୍ମିଳନୀ ନାଁ ନେଇ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି କାଁ ଭାଁ ହିଂସାକୁ ସାଂପ୍ରଦାୟିକ ରଙ୍ଗ ଦେଇ ଭୋଟ୍ ରାଜନୀତି ପାଇଁ ଚେଷ୍ଟା କରୁଛି ବିଜେପି । ଯାହା କି ନିନ୍ଦନୀୟ ବୋଲି କହିଛି ଦଳ ।
୨୦୧୪ ପରଠାରୁ ଦେଶରେ ସାଂପ୍ରଦାୟିକ ସଦଭାବ କ୍ଷୂର୍ଣ୍ଣ ହେଉଛି । ଆଜି କାହିଁକି ବିଜେପିର ସମ୍ବଲପୁର କଥା ମନେପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।