ଲୋକସଭାରେ ପୋଲାଭରମ ପ୍ରସଙ୍ଗକୁ ନେଇ ଦାବି ଉଠାଇଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ

0

ପୁଣି ଥରେ ପୋଲାଭରମ ପ୍ରସଙ୍ଗକୁ ନେଇ ଲୋକସଭାରେ ଦୃଢ ଦାବି ଉପସ୍ଥାପନା କଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ଆଜି ଶୂନ୍ୟକାଳରେ ଭର୍ତ୍ତୃହରି ପୋଲାଭରମ ପ୍ରସଙ୍ଗ ଉଠାଇ କହିଛନ୍ତି ୧୯୮୦ ମସିହାରେ ଓଡିଶା, ଆନ୍ଧ୍ର ପ୍ରଦେଶ ଓ ମଧ୍ୟ ପ୍ରଦେଶର ସହମତି ମଧ୍ୟରେ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା ।

ଯାହାର ୩୮ ଲକ୍ଷ କ୍ୟୁସେସ ଜଳ ଧାରଣା କ୍ଷମତା ରହିଥିଲା । ହେଲେ ଆନ୍ଧ୍ର ସରକାର ଏକଚାଟିଆ ଭାବେ ନିର୍ମାଣ କାମ କରି ପ୍ରକଳ୍ପର ଉଚ୍ଚତା ବୃଦ୍ଧି କରିଛନ୍ତି । ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ରହିଛି । ଆନ୍ଧ୍ର ସରକାରଙ୍କ ପଦକ୍ଷେପ ଓଡିଶା ଓ ତେଲେଙ୍ଗାନା ଭୋଗୁଛନ୍ତି । ତେଣୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ଆନ୍ଧ୍ର ସରକାରଙ୍କ ଉପରେ ଚାପ ପକାଇ ଅତିରିକ୍ତ ସ୍ପିଲୱେ ନିର୍ମାଣ କରାନ୍ତୁ ବୋଲି ଦାବି କରିଛନ୍ତି ଭର୍ତ୍ତୃହରି ମହତାବ ।

Leave a comment