୨୪ରେ ବିଜେଡି ବିଧାୟକ ଦଳ ବୈଠକ, ୨୫ରୁ ବିଧାନସଭା ମୌସୁମୀ ଅଧିବେଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ଶାସକ ତଥା ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଷୋଡ଼ଶ ବିଧାନସଭାର ପ୍ରଥମ ତଥା ମୌସୁମୀ ଅଧିବେଶନ ୨୫ରୁ ଆରମ୍ଭ ହେବାକୁ ଥିବାରୁ ଏହାର ଗୋଟିଏ ଦିନ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡିଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୫ତାରିଖ ଅପରାହ୍ନ ୫ଟା ୩୦ରେ ବିଧାନସଭାର ୫୪ ନଂ. ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ବିଧାନସଭାରେ କିପରି ଭାବେ ବିରୋଧୀଙ୍କୁ ମୁକାବିଲା କରାଯିବ, ସେ ନେଇ ବୈଠକରେ ଆଲୋଚନା କରାଯିବ। ପୂର୍ବରୁ କଂଗ୍ରେସ ବିରୋଧୀ ଦଳ ଆସନ ସମ୍ଭାଳି ଥିବା ବେଳେ ପ୍ରଥମଥର ପାଇଁ ଏଥର ଭାଜପା ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି। ତେବେ ଭାଜପା ଓ କଂଗ୍ରେସର ବିଧାୟକ ଦଳ ବୈଠକ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।