ବୁଥ୍ କ୍ୟାପଚର୍ କରାଯିବା ଆଶଙ୍କା, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନକୁ ଆଉ ମାତ୍ର କେଇଟା ଘଣ୍ଟା ବାକି ଥିବା ବେଳେ ଉଭୟ ବିଜେଡି ଓ ବିଜେପି ପରସ୍ପର ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛନ୍ତି । ପାଟକୁରାରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେପି ଅଭିଯୋଗ କରିଥିବା ବେଳେ ବିଜେପି ବୁଥ୍ ଜବରଦଖଲ କରିବା ଆଶଙ୍କାରେ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି । ବିଜେଡି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି, ନିର୍ବାଚନ ବେଳେ ବିଜେପି ବୁଥ୍ କ୍ୟାଚର କରିବାର ଆଶଙ୍କା ଥିବାରୁ ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଆବଶ୍ୟକ ।
ଏଥିସହ ଏହି ଅବସରରେ ନିର୍ବାଚନମଣ୍ଡଳୀର ୭୫ଟି ସମ୍ବେଦନଶୀଳ ବୁଥ୍ର ତାଲିକା ସିଇଓଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଏହି ପ୍ରତିନିଧି ଦଳ ପୋଲିସ ଡିଜିଙ୍କୁ ମଧ୍ୟ ଭେଟି ନିର୍ବାଚନକୁ ସ୍ବଚ୍ଛ ଓ ଭୟମୁକ୍ତ କରିବା ପାଇଁ ଦାବି ଜଣାଇଛନ୍ତି ।