ଘଟଗାଁ ବ୍ଲକର ୮ ନମ୍ବର ଜିଲ୍ଲା ପରିଷଦ ବିଜେଡ଼ି ପ୍ରାର୍ଥୀଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଜଣେ ଜିଲ୍ଲା ପରିଷଦ ବିଜେଡ଼ି ପ୍ରାର୍ଥୀଙ୍କ ଦେହାନ୍ତ । ଘଟଗାଁ ବ୍ଲକର ୮ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀ ଅନାଦି ଚରଣ ସିଂଙ୍କର ୫୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗୁରୁବାର ସକାଳୁ ଅନାଦିଙ୍କୁ ଥଣ୍ଡା ଓ ଜ୍ଵର ହେବାରୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ହଠାତ ତାଙ୍କର ଦେହ ଅଧିକ ଅସୁସ୍ଥ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଅନାଦି ଚରଣ ସିଂଙ୍କର ଘର ସନ୍ତରାପୁର ପଞ୍ଚାୟତର ଛତିଆ ଅଞ୍ଚଳରେ । ସେ ସନ୍ତର।ପୁର ପଞ୍ଚାୟତର ବର୍ତ୍ତମାନ ସରପଞ୍ଚ ମଧ୍ୟ ଥିଲେ । ତାଙ୍କୁ ବିଜେଡି ୮ ନମ୍ବର ଜୋନରୁ ଦଳୀୟ ପ୍ରାର୍ଥୀ କରିଥିଲା । ଅନାଦିଙ୍କ ମୃତ୍ୟୁ ଖବର ପାଇ ଜିଲ୍ଲା ବିଜେଡି ସଭାପତି ସମେତ ଅନେକ ବରିଷ୍ଠ ନେତା ଡାକ୍ତରଖାନାରେ ପହଁଚି ତାଙ୍କର ଶେଷ ଦର୍ଶନ କରିଥିଲେ । ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ୮ ନମ୍ବର ଜୋନରେ ଧାର୍ଯ୍ୟ ତାରିଖରେ ଭୋଟ ହେବ ନା ନିର୍ବାଚନ କମିଶନ କିଛି ପଦକ୍ଷେପ ନେବେ ତାକୁ ସ୍ଥାନୀୟ ବାସିନ୍ଦା ଅପେକ୍ଷା କରିଛନ୍ତି ।

Leave a comment