ସ୍ୱତବ ପାହ୍ୟା ରାଜ୍ୟ ମାନ୍ୟତା ପାଇଁ ଆମର ଲଢ଼େଇ ଜାରି ରହିବ:ନବୀନ

ଚୌକି ପାଇଁ ପ୍ରତିଶ୍ରୁତି ଭୁଲିଗଲା ବିଜେପି
ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରଥମ ପ୍ରତିଶ୍ରୁତିକୁ ଭୁଲିଗଲା ବିଜେପି
କ୍ଷମତାରେ ଅନ୍ଧ ବିଜେପି ୧୫ବର୍ଷ ସଂଘର୍ଷକୁ ଭୁଲି ଯାଇଛି
୨୦୧୪ର ପ୍ରତିଶ୍ରୁତି ଲୋକମାନେ ବିଜେପିକୁ ୨୦୧୯ ନିର୍ବାଚନରେ ମନେ ପକାଇଦେବେ
ଭୁବନେଶ୍ୱର,୨/୧୧/୨୦୧୮: ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇ ନଭେମ୍ବର ୩୦ ପର୍ଯ୍ୟନ୍ତ
ଚାଲିବାକୁ ଥିବା ଜନସଂପର୍କ ପଦଯାତ୍ରା ଆଜି ୪୩ ନମ୍ବର ୱାର୍ଡର ଲକ୍ଷ୍ମୀସାଗର ମେଳନ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ଦଳର
ସଭାପତି ତଥା ମାନ୍ୟବର ମୁଖ୍ୟମବୀ ଶ୍ରୀଯୁକ୍ତ ନବୀନ ପଟନାୟକ ଯୋଗଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ କରିଥିଲେ ।
ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ । ମୁଁ ଆପଣମାନଙ୍କୁ ୪ଟି କଥା କହିଥିଲି । ନମ୍ବର ୧- ଖାଦ୍ୟ ସୁରକ୍ଷା, ନମ୍ବର ୨- ଘର, ନମ୍ବର ୩-ସ୍ୱାସ୍ଥ୍ୟ
ଓ ନମ୍ବର ୪- ସାମାଜିକ ନିରାପତ୍ତା । ଭାରତ ସରକାରଙ୍କ ନିୟମରେ ବହୁ ଗରିବ ଲୋକ, ଯୋଗ୍ୟ ହିତାଧିକାରୀ ଏସବୁ ସୁବିଧାରୁ ବଞ୍ôଚତ ହେଲେ, ଏହା
ମୋତେ ବହୁତ ବାଧିଲା । ଆପଣଙ୍କ ଟଙ୍କାରେ, ଓଡ଼ିଶବାସୀଙ୍କ ଟଙ୍କାରେ ଆମେ ଆରମ୍ଭ କଲୁ- ବିଜୁ ପକ୍କା ଘର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ
ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମଧୁବାବୁ ପେନ୍ସନ୍ ଓ ଆହୁରି ଅନେକ ସାମାଜିକ ନିରାପତ୍ତା ଯୋଜନା ।
ଏହି କାର୍ଯ୍ୟକ୍ରମର ସୁବିଧା ଯେପରି ସବୁ
ହିତାଧିକାରୀଙ୍କ ପାଖରେ ପହଂଚିପାରିବ, ସେଥିପାଇଁ ଆମେ କାମ କରୁଛୁ । ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ ।
ସେମାନଙ୍କ ପାଇଁ ମଧ୍ୟ ହାଉସିଂ ପ୍ରୋଜେକ୍ଟ କରାଯାଇଛି । ସମସ୍ତଙ୍କ ବିକାଶ ବିଜୁ ଜନତା ଦଳର ଲକ୍ଷ୍ୟ, ଏ ଦିଗରେ ଆମେ କାମ କରି ଚାଲିବା ।
ଆପଣମାନେ ଜାଣନ୍ତି ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡି-ବିଜେପି ଏକାଠି ସରକାର କରିଥିଲେ । ଓଡ଼ିଶାକୁ ସ୍ୱତବ ପାହ୍ୟା ମାନ୍ୟତା ଦେବା
ପାଇଁ ଆମେ ଏକାଠି ଲଢ଼ୁଥିଲୁ । ୨୦୦୯ ପରେ ବିଜୁ ଜନତା ଦଳ ଓ ବିଜେପି ଏଥିପାଇଁ ତାଙ୍କର ଲଢ଼େଇ ଜାରି ରଖିଛନ୍ତି । ୨୦୧୪ ସାଧାରଣ
ନିର୍ବାଚନରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ପ୍ରଥମ ଏଜେଣ୍ଡା ଥିଲା ଓଡ଼ିଶାକୁ ସ୍ୱତବ ପାହ୍ୟା ମାନ୍ୟତା ପ୍ରଦାନ କରିବା । ଏହା ଦେଖି ମୁଁ ସବୁଠାରୁ
ବେଶୀ ଖୁସି ହୋଇଥିଲି । ଆଶା ଥିଲା ଓଡ଼ିଶାବାସୀ ନ୍ୟାୟ ପାଇବେ । ସ୍ୱତବ ପାହ୍ୟା ମାନ୍ୟତା ଦ୍ୱାରା ଓଡ଼ିଶାର ଯୁବକମାନେ ସବୁଠାରୁ ଅଧିକ ସୁଯୋଗ
ପାଇବେ । ଓଡ଼ିଶାକୁ ଟ୍ୟାକ୍ସ ରିବେଟ୍ ମିଳିବ । ଅନେକ ଶିଳ୍ପ ଆସିବ, ନିଯୁକ୍ତିର ସୁଯୋଗ ମଧ୍ୟ ବଢ଼ିବ । ନମ୍ବର ୨ରେ ଲାଭ ହେବ, ବର୍ତ୍ତମାନ ବିଭିନ୍ନ
କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ଭାଗ ପଚାଶ-ପଚାଶ ରହୁଛି । କିନ୍ତୁ ସ୍ୱତବ ପାହ୍ୟା ମାନ୍ୟତା ପାଇଲେ, ଏହି ଭାଗ ନବେ
ଓ ଦଶ ପ୍ରତିଶତ ରହିବ । ଏହାଦ୍ୱାରା ବଳକା ଅର୍ଥକୁ ଆମେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶ କାମରେ ଖର୍ଚ୍ଚ କରିପାରିବା । କିନ୍ତୁ ଦୁଃଖର କଥା,
ଚୌକି ପାଇଁ ବିଜେପି ତା’ର ପ୍ରତିଶ୍ରୁତିକୁ ଭୁଲି ଗଲା । ଓଡ଼ିଶାବାସୀଙ୍କ ଆଶା ଆଶାରେ ହିଁ ରହିଗଲା । ଆପଣମାନେ ଜାଣନ୍ତି, ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ
ବିପର୍ଯ୍ୟୟର ସାମ୍ନା କରୁଛି । ବହୁ ଧନ ସଂପତ୍ତି ନଷ୍ଟ ହେଉଛି । ସ୍ୱତବ ପାହ୍ୟା ମାନ୍ୟତା ପାଇଁ ଏହା କ’ଣ ଏକ ଯୁକ୍ତିଯୁକ୍ତ କାରଣ ନୁହେଁ? ୨୦୧୪ର
ଏହି ପ୍ରତିଶ୍ରୁତି ବିଷୟ ଲୋକମାନେ ବିଜେପିକୁ ୨୦୧୯ ନିର୍ବାଚନରେ ମନେ ପକାଇଦେବେ । ସ୍ୱତବ ପାହ୍ୟା ରାଜ୍ୟ ମାନ୍ୟତା ଆମର ହକ୍ । ଏଥିପାଇଁ
ଆମର ଲଢ଼େଇ ଜାରି ରହିବ ବୋଲି ଶ୍ରୀ ପଟନାୟକ କହିଥିଲେ ।
ଭୁବନେଶ୍ୱର-ମଧ୍ୟ ବିଧାୟକ ବିଜୟ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରାରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ମବୀ
ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଦେବାଶିଷ ନାୟକ, ସାଂସଦ ପ୍ରସନ୍ନ
ପା…ଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର
ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର କେ. ଶାନ୍ତି, ସୁଲତା ଦେଓ, ଏକାମ୍ର-ଭୁବନେଶ୍ୱର ମହିଳା ବିଜେଡି ସଭାନେତ୍ରୀ ମହାମାୟା ସ୍ୱାଇଁ ପ୍ରମୁଖ ଉପସ୍ଥିତ
ଥିଲେ । ଶେଷରେ ସ୍ଥାନୀୟ କର୍ପୋରେଟର୍ ରାଜଲକ୍ଷ୍ମୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।