ଆସନ୍ତାକାଲି ଶେଷ ହେବ ବିଜେଡିର ଜନ ସଂପର୍କ ପଦଯାତ୍ରା, ଆଜି ୩୪ନଂ ୱାର୍ଡ ପଦଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ଶେଷ ହେବ ବିଜେଡିର ଜନ ସଂପର୍କ ପଦଯାତ୍ରା । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆସନ୍ତା କାଲି ଶେଷହେବ । ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୩୪ ନମ୍ବର ୱାର୍ଡରେ ଆୟୋଜିତ ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ନେତାଙ୍କୁ ଲୋକଙ୍କ ସେବା କରିବା ପାଇଁ ଆହ୍ୱାନ କରିଥିଲେ ।
ସୂଚନା ଅନୁଯାୟୀ, ସତ୍ୟନଗର ତୋଷାଳୀ ପ୍ଲାଜା ପଡିଆରେ ଆଜି ଏହି ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ବିଜେଡି ବିଧାୟକ, ନେତା, ପୂର୍ବତନ କର୍ପୋରେଟର ଓ କର୍ମୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମା ଗାନ୍ଧି ଓ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପଦେଶ ଦେଇଥିଲେ । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ବିଜେଡିର ନୂତନ ସଭ୍ୟ ଗ୍ରହଣ ସହ ସରକାରଙ୍କ ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟ ପ୍ରତ୍ୟେକ ବ୍ଲକ, ପଂଚାୟତ ଓ ୱାର୍ଡର ଜନସାଧାରଣଙ୍କ ପାଖରେ ପହଞ୍ଚେଇବା ।