ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

0

ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗ କରି ବିଜେପି ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି । କିଛି ଦିନ ତଳେ ଅପରାଜିତା ଷଡ଼ଙ୍ଗୀ ରାଲିରେ ପିଲାମାନଙ୍କୁ ବ୍ୟବହାର କରିଥିଲେ । ସେହିପରି ସମ୍ବିତ ପାତ୍ର ଘଣ୍ଟା ବାଣ୍ଟୁଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ପୋଲିସ, ଆଶା କର୍ମୀଙ୍କୁ ଧମକାଉଛନ୍ତି ।

ଏବେ ବିଜେପି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗରଦପୁର ବ୍ଲକ ଟିକାନପୁର ପଂଚାୟତରେ ଗତ ଏପ୍ରିଲ ୧୪ ତାରିଖରେ ପିଲାମାନଙ୍କୁ ନେଇ ରାଲି କରିଥିଲେ । ସେମାନେ ଜାତୀୟ ନିର୍ବାଚନ କମିଶନଙ୍କ ନାଁକୁ ବଦନାମ କରୁଛନ୍ତି । ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି ରଖିଛୁ ଯେ ବିଜେପି ପ୍ରାର୍ଥୀ ଓ କର୍ମୀ ଯେଉଁମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ପ୍ରକାଶ କରିଛନ୍ତି ।

Leave a comment