୩୮ ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜେଡି
ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ

୩୮ ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜୁ ଜନତା ଦଳ । ଚନ୍ଦ୍ରଶେଖର ସାହୁ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ , ଅମର ପଟ୍ଟନାୟକ ଆବାହକ ହୋଇଛନ୍ତି । ଏହି କମିଟିରେ ୬ ସହ-ଅଧ୍ୟକ୍ଷ ଓ ୩ ପ୍ରବାସୀ ଓଡ଼ିଆ ସଦସ୍ୟ ସାମିଲ ହୋଇଛନ୍ତି। ଉପାଧ୍ୟକ୍ଷ ଭାବରେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି ।
ବର୍ତମାନ ଚନ୍ଦ୍ରଶେଖରଙ୍କ ତତ୍ତ୍ୱାବଧାନରେ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବ ବିଜେଡି ।
ଦଳ କେଉଁ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ନିଜର ଇସ୍ତାହାର ପ୍ରକାଶ କରିବ, ତାର ଦାୟିତ୍ୱ ଏବେ ଚନ୍ଦ୍ରଶେଖର ସାହୁଙ୍କୁ ଦିଆଯାଇଛି । ୨୦୧୯ ମସିହାରେ ବିଜେଡିରେ ଯୋଗ ଦେଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଚନ୍ଦ୍ରଶେଖର ସାହୁ ।