ପରଲୋକରେ ବିଜେଡିର ପୂର୍ବତନ କର୍ପୋରେଟର ସମୀର ପ୍ରଧାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ଯୁବନେତା ତଥା ଲୋକପ୍ରିୟ ପୂର୍ବତନ କର୍ପୋରେଟର ସମୀର ପ୍ରଧାନଙ୍କ ଦେହାନ୍ତ ଘଟିଛି । ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଇହଲୋକ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ହୋଇଥିଲା । ସମୀରଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମ୍ରିୟମାଣ କରିଦେଇଛି ।

ସୂଚନା ଅନୁଯାୟୀ, ସମୀର ଶୁକ୍ରବାର ରାତିରେ ଘରେ ଖାଇପିଇ ଶୋଇଥିଲେ । ହଠାତ୍ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଫୋନ୍ କରି ତାଙ୍କ ସାଙ୍ଗମାନଙ୍କୁ ଜଣାଇଲା ପରେ ସେମାନେ ଆସି ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ହସ୍ପିଟାଲରେ ଡାକ୍ତର, ସମୀର ହୃଦଘାତ ଏବଂ ମସ୍ତିଷ୍କଘାତର ଶିକାର ହୋଇଥିବା ସ୍ପଷ୍ଟ କରିଥିଲେ । ସମୀର କୋମାକୁ ଚାଲିଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବାରେ ସମର୍ଥ ହୋଇନଥିଲେ । ୪୬ ବର୍ଷ ବୟସ୍କ ସମୀର ଅବିବାହିତ ଥିଲେ । ଦୁଇବର୍ଷ ତଳେ ତାଙ୍କ ମା’ ଙ୍କର ଦେହାନ୍ତ ପରେ ସେ ଏକା ହୋଇଯାଇଥିଲେ । ବିଜେଡିର ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ପରିଚୟ ଥିଲା । ବରମୁଣ୍ଡା ରେଣ୍ଟାଲ୍ କଲୋନୀ ଅଞ୍ଚଳରୁ ସେ ତିନି ତିନି ଥର କର୍ପୋରେଟର ଥିଲେ ।

Leave a comment