ବିଜେଡ଼ିର ଇସ୍ତାହାର ପ୍ରକାଶିତ । ସରକାର ଗଢିଲେ ପ୍ରଥମ ଦିନରେ ୨୫ ଲକ୍ଷ ଚାଷୀଙ୍କୁ ମିଳିବ ଦୁଇ କିସ୍ତି କାଳିଆ ଟଙ୍କା ଏବଂ ଶସ୍ୟଋଣ ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯିବ ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ବିଜେଡି ୨୦୧୯ ନିର୍ବାଚନ ପାଇଁ ତାର ଇସ୍ତାହାର ପ୍ରକାଶ କରିଛି । ଏହି ଇସ୍ତାହାର ର ଥିମ ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା’ ରଖା ଯାଇଛି । ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କଂଗ୍ରେସ ଓ ବିଜେପି ପୂର୍ବରୁ ଇସ୍ତାହାର ପ୍ରକାଶ କରିସାରିଛନ୍ତି ।

ବିଜେଡ଼ି ଇସ୍ତାହାରରେ ପ୍ରକାଶିତ ପ୍ରମୁଖ ବିଷୟ ଗୁଡିକ ହେଲା:

◆ ବିଜେଡ଼ି କ୍ଷମତାକୁ ଆସିଲେ କାଳିଆ ଯୋଜନା ସବୁ ଦିନ ପାଇଁ ଚାଲିବ ।

◆ ଶସ୍ୟଋଣ ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯିବ ।

◆ ସରକାର ଗଠନର ପ୍ରଥମ ଦିନରେ ବାକି ଥିବା ୨୫ ଲକ୍ଷ ଚାଷୀଙ୍କ ଦୁଇଟି କିସ୍ତିର ୧୦,୦୦୦ ଟଙ୍କା ଏକା ଥରକେ ପ୍ରଦାନ କରାଯିବ ।

◆ ଜଳସେଚନ ପାଇଁ ୫୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ ।

◆ ଶୂନ୍ୟ ପ୍ରତିଶତ ସୁଧରେ ଶିକ୍ଷା ଋଣ ପ୍ରଦାନ କରାଯିବ ।

◆ କାଳିଆ ଯୋଜନା ସହ କାଳିଆ ସ୍କୋଲାରସିପ୍ ମଧ୍ୟ ଜାରି ରହିବ ।

◆ ସମସ୍ତ କଲେଜ, ୟୁନିଭର୍ସିଟିରେ ମାଗଣାରେ ୱାଇଫାଇ ଉପଲବ୍ଧ କରାଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

◆ ଧାନ ସଂଗ୍ରହ ପାଇଁ ଅଧିକ ବ୍ୟବସ୍ଥା କରାଯିବ ।

◆ ପଞ୍ଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ ।

Leave a comment