ବଜେପିର ୧ ଟଙ୍କାରେ ଚାଉଳ, ଡାଲି, ଲୁଣ ପ୍ରତିଶୃତିକୁ ବିଜେଡିର କଟାକ୍ଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ଯୋଗୁ ବିଭିନ୍ନ ଦଳର ନେତୃବୃନ୍ଦ ଭୋଟରଙ୍କୁ ପ୍ରତିଶୃତିରେ ପୋତୁଥିବା ବେଳେ ରାଜ୍ୟରେ ବଜେପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ୧ ଟଙ୍କାରେ ଚାଉଳ, ଡାଲି ଓ ଲୁଣ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ସାଙ୍ଗକୁ ସବୁ ସହରରେ ଯୁକ୍ତ ୩ କଲେଜ, କଲେଜ ପଢ଼ୁଆ ସବୁ ମେଧାବୀ ପିଲାଙ୍କୁ ସ୍କୁଟି ଆଦି ଯୋଗାଇଦିଆଯିବ ବୋଲି ଧର୍ମେନ୍ଦ୍ର ପ୍ରତିଶୃତି ଦେଇଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ଚଳିତ ନିର୍ବାଚନର ସବୁଠାରୁ ବଡ଼ ଜୁମଲା ବୋଲି ବିଜେଡି ମୁଖପାତ୍ର ଡ. ଲେଲିନ୍ ମହାନ୍ତି କହିଛନ୍ତି । ସେ କହିଛନ୍ତି, ଧର୍ମେନ୍ଦ୍ର ଜଣେ ଅଭ୍ୟାସଗତ ମିଛୁଆ । ଦେଶର ଏକାଧିକ ରାଜ୍ୟରେ ବଜେପି ଶାସନ କରୁଛି । ହେଲେ କେଉଁ ରାଜ୍ୟରେ ବିଜେପିର ଏଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିନାହିଁ ।
ପୂର୍ବରୁ ବିଜେପି ବାର୍ଷିକ ୨ କୋଟି ଚାକିରି, ପ୍ରତି ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଭଳି ମିଛ ପ୍ରତିଶୃତି ଦେଇ ସାରିଛି ବୋଲି ଲେଲିନ୍ କହିଛନ୍ତି ।