ବୈଜୟନ୍ତଙ୍କ ସତ୍ୟପାଠକୁ, ବିଜେଡି ର ଟାର୍ଗେଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ି ଟାର୍ଗେଟରେ ବୈଜୟନ୍ତ । ବୈଜୟନ୍ତ କେନ୍ଦ୍ରାପଡାବାସୀଙ୍କୁ ଠକିଥିବା ବିଜେଡି ବାରମ୍ବାର ଅଭିଯୋଗ କରି ଆସୁଥିଲା । ଇମ୍ଫାରୁ ସେ ବାର୍ଷିକ ୨ କୋଟି ଦରମା ନେଉଥିଲେ ଯାହାକି ସେ ପୂର୍ବରୁ କେବେ ସ୍ୱୀକାର କରିନଥିଲେ । ବୈଜୟନ୍ତଙ୍କ ବିରୁଦ୍ଧରେ ଏହିପରି ଅଭିଯୋଗ ଆଣିଛି ବିଜେଡି ।

ସୂଚନା ଅନୁଯାୟୀ, ୨୦୧୯ ନିର୍ବାଚନ ନାମାଙ୍କନ ଦାଖଲ ସମୟରେ ନିଜ ସତ୍ୟପାଠରେ ପାରିବାରିକ କମ୍ପାନୀରୁ ନେଇଥିବା ଦରମା ବାବଦରେ ଦର୍ଶାଇଛନ୍ତି ବୈଜୟନ୍ତ । ଇମ୍ଫାରୁ ୩ ବର୍ଷ ପର୍ଯ୍ୟନ୍ତ ବର୍ଷକୁ ୨ କୋଟିରୁ ଅଧିକ ଦରମା ପାଇଥିବା ବୈଜୟନ୍ତ ସତ୍ୟପାଠରେ ଦର୍ଶାଇଛନ୍ତି । ଏହାକୁ ନେଇ ୨୦୧୮ରେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇଥିବା ସତ୍ୟପାଠରେ ଦର୍ଶାଇଛନ୍ତି ବୈଜୟନ୍ତ ।

ଏହାକୁ ନେଇ ବୈଜୟନ୍ତ ବିରୋଧ ଅଭିଯୋଗ ଆଣିଛି ବିଜେଡି । ବିଜେଡି ଅଭିଯୋଗ ମୁତାବକ ୨୦୧୪ରେ ବୈଜୟନ୍ତ ନିଜ ଆୟ ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନଥିଲେ । କୌଣସି ପାରିବାରିକ କମ୍ପାନୀରୁ ଆୟ ହେଉନଥିବା ସତ୍ୟପାଠରେ ଦର୍ଶାଇ ଥିଲେ ବୈଜୟନ୍ତ ପଣ୍ଡା । ଯାହାକି କେନ୍ଦ୍ରାପଡା ବାସୀଙ୍କ ବିଶ୍ୱାସ ସହ ବୈଜୟନ୍ତ ଖେଳିଥିବା କହିଛି ବିଜେଡି ।

ସେହିପରି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଆସନ ପାଇଁ ଅନୁଭବଙ୍କ ନାମ ଘୋଷଣା କରିବା ସମୟରେ ବୈଜୟନ୍ତଙ୍କୁ ଟାର୍ଗେଟ କରି କହିଥିଲେ, ଅନୁଭବ କେବଳ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ କାମ କରିବେ । ସେ ଦାଖଲ କରିବାକୁ ଥିବା ସତ୍ୟପାଠରେ ଲୁଚାଇବା ପାଇଁ କିଛି ନାହିଁ । ମାଇନିଂ କଂପାନୀରେ କାମ କରି ସାଲାରୀ ନେବା ଆଉ ତାକୁ ଲୁଚାଇବା ଭଳି କାମ ସେ କରିବେ ନାହିଁ ।

Leave a comment