ବିଜେଡିର ଏଟିଏମ ରାଜନୀତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତବର୍ଷରେ ଏକ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ବିମୁଦ୍ରିକରଣ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାର ପୁନରାବୃତ୍ତି ଦେଖିବାକୁ ମିଳିଛି। ସେତେବେଳେ ଏଟିଏମରେ ନୋ କ୍ୟାସ ଏବେ ମଧ୍ୟ ଏଟିଏମରେ ନୋ କ୍ୟାସ । ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏଟିଏମରେ ଲୋକମାନେ ଟଙ୍କା ଉଠାଇ ପାରୁ ନଥିବାରୁ କିଛିଦିନ ହେବ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ବିଜେଡ଼ି କହିଛି। ଏହି ରାଜନୈତିକ ଫାଇଦାକୁ ହାତଛଡା କରିବାକୁ ଚାହୁଁନି ବିଜେଡି । ଏନେଇ ପ୍ରତିବାଦରେ ଆସନ୍ତାକାଲି ୩୦ଟି ଜିଲ୍ଲା ଓ ବ୍ଲକ ସ୍ତରରେ ଥିବା ବ୍ୟାଙ୍କ ଆଗରେ ବିଜେଡି ପୂର୍ବାହ୍ମ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବ ବୋଲି ଆଜି ଏକ ପ୍ରେସମିଟ ଜରିଆରେ ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା କହିଛନ୍ତି । ଏନେଇ ଓଡ଼ିଶା ଫାଷ୍ଟ ଆଗ ଖବର ପ୍ରକାଶ କରିଥିଲା ।