୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରକାଶ ପାଇଛି । ଦଳର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ତାଲିକାରେ ସର୍ବାଗ୍ରେ ଅଛନ୍ତି। ତାଙ୍କ ପଛକୁ ଅଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ୍ ଏବଂ ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।କାର୍ତ୍ତିକ ପାଣ୍ଡିଆନ ଏହି ନିର୍ବାଚନରେ ପ୍ରାର୍ଥୀ ନୁହଁନ୍ତି।
୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଚନ୍ଦ୍ରଶେଖର ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସସ୍ମିତ ପାତ୍ର ଓ ପ୍ରତାପ କେଶରୀ ଦେବଙ୍କ ଭଳି ବରିଷ୍ଠ ନେତା ରହିଛନ୍ତି।
ଏହି ତାଲିକାରେ ଥିବା ଶ୍ରୀମୟୀ ମିଶ୍ର, ଅମରେଶ ଜେନା ମଧ୍ୟ ରହିଛନ୍ତି। ଯେଉଁମାନେ କି ଦଳୀୟ ଟିକେଟ୍ ପାଇବେ ବୋଲି ଆଶା ରଖିଥିଲେ।