ବିଜୁ ଛାତ୍ର କମିଟି ଘୋଷଣାକୁ ନେଇ ଦଳରେ ଫାଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୟୁରଭଞ୍ଜ ଜିଲ୍ଲାରରେ ବିଜେଡିର ଦଳୀୟ କର୍ମୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ସୁନୀଲ କୁମାର ନାୟକଙ୍କୁ ଦଳ ପକ୍ଷରୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଥିଲା। ହେଲେ ଶ୍ରୀ ନାୟକଙ୍କ ନେତୃତ୍ୱରେ ଗଠନ ହୋଇଥିବା ଛାତ୍ର କମିଟି ଘୋଷଣାକୁ ନେଇ ଦଳରେ ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର ମୟୁରଭଞ୍ଜ ବିଜୁ ଛାତ୍ର ଜନତା ଦଳର କମିଟି ପ୍ରକାଶ ପାଇଛି। ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲାର ୧୦ ଉପସଭାପତି,୧୦ ସାଧାରଣ ସମ୍ପାଦକ,୨୦ ସମ୍ପାଦକ, ୨ ସୋସିଆଲ ମିଡିଆ କୋଡିନେଟ୍ ଏବଂ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି।
ଏହାକୁ ନେଇ ଦଳରେ ଫାଟ ଓ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଜେଡି ଛାତ୍ର ରାଜନୀତିରେ ଦଳ ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସୁଥିବା ଯୁବକମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମୟୁରଭଞ୍ଜ ଜିଲ୍ଲାର ନୂତନ ଭାବେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳରେ ସମ୍ପାଦକ ପଦ ପାଇଥିବା ଅର୍ଚ୍ଚନା ଉପାଧ୍ୟାୟଙ୍କ ସହ ଯୁବନେତା ସୁଶୀଲ କୁମାର ସେଠୀ ଦଳରୁ ଇସ୍ତଫା ଦେଇଛନ୍ତି ଏବଂ ଜିଲ୍ଲା ସଭାପତିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଥିବା ଜଣାପଡିଛି ।

Leave a comment

You cannot copy content of this page