ଅପରାଧ ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର, ୦୫/୦୧/୨୦୨୧: ବିଜେଡି ସରକାର ଅପରାଧିକ କାର୍ଯ୍ୟକଳାପ ଓ ଅପରାଧିଙ୍କ ବିରୁଦ୍ଧରେ ସର୍ବଦା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥôବ । ଜାଣି ମଧ୍ୟ ରାଜ୍ୟ ବିଜେପି ନେତାମାନେ ଅପରାଧ ଘଟଣାକୁ ନେଇ ରାଜ୍ୟରେ ଶସ୍ତା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସଲୁ ତା ଦେଓ । ଶ୍ରୀମତୀ ଦେଓ କହିଛନ୍ତି ଯେ ଓଡିଶା ବିଜେପି ଅତୀତରେ ମଧ୍ୟ କୁନ୍ଦୁଲି ଏବଂ ରାୟଗଡାର ଟିକିରି ଘଟଣାରେ ଏଭଳି ମିଥ୍ୟା ଆରୋପ ଲଗାଇଥିଲେ । ଟିକିରି ଘଟଣାରେ ଯାହାକୁ ସେମାନେ ଅଭିଯୁକ୍ତ ବୋଲି ଦର୍ଶାଉଥିଲେ ପରବର୍ତ୍ତୀ ସମୟରେ ତାହାକୁ ଦଳୀୟ ଟିକଟ ଦେଇ ନିର୍ବାଚନ ଲଢାଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଯେ ପରୀ ଘଟଣାରେ ବିଜେପି ଏବେ ଏସ୍ଆଇଟିର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି । ନାର୍କୋ ଟେଷ୍ଟ କାହିଁକି କରାଯିବ ବୋଲି ବିଜେପି ପ୍ରଶ୍ନ କରିଛି । ତେବେ ବିଜେପି କ’ଣ ଏସ୍ଆଇଟି ମୁଖ୍ୟ ହୋଇ କେଉଁ ପ୍ରକାର ପରୀକ୍ଷା କରାଯିବ ଓ କରାନଯିବ ତାହା ସ୍ଥିର କରିବ କି ବୋଲି ଶ୍ରୀମତୀ ଦେଓ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଓଡିଶା ଲୋକେ ଏବେ ବିଜେପିର ଏଭଳି ବକ୍ତବ୍ୟ ଦେଖି ହସୁଛନ୍ତି । ଯଦି ବଜେପି ନିକଟରେ କିଛି ଠୋସ୍ ପ୍ରମାଣ ଅଛି ତେବେ ମିଥ୍ୟା ଅଭିଯୋଗ ଲଗାଇବା ବଦଳରେ ଅଦାଲତରେ ତାହାକୁ ଉପସା୍ଥ ପନ କରିବାକୁ ଶ୍ରୀମତୀ ଦେଓ
କହିଛନ୍ତି । ବିଜେପିର ମିଥ୍ୟା ଅଭିଯୋଗ ଓ ଶସ୍ତା ରାଜନୀତିକୁ ଓଡିଶାବାସୀ ଭଲ ଭାବେ ବୁଝିବା ସହିତ ଗୋଟିଏ ପରେ
ଗୋଟିଏ ନିର୍ବାଚନରେ ଦଳକୁ ତାହାର ପ୍ରମାଣ ଦେଉଛନ୍ତି । ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ବିଜେଡି ସରକାର ଆସାମୀଙ୍କୁ
ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତିବଦ୍ଧ । ଯାହା ଫଳରେ ମୃତକଙ୍କ ପରିବାର ନ୍ୟାୟ
ପରିପାରିବେ । ଏଭଳି ଜଘନ୍ୟ ଅପରାଧର ଷଡଯନ୍ତ୍ର ରଚିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନ୍ସିଆରବି ରିପୋର୍ଟ ଅନୁଯାୟୀ ବିଜେପି ଶାସିତ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ରାଜନୈତିକ ହତ୍ୟାକାଣ୍ଡ ଓଡିଶା ଠାରୁ ଢେର ଅଧିକ ରହିଛି । ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଜେପି ରାଜନୀତି କରି ତାହାର ସମ୍ବେଦନହୀନତାର ପରିଚୟ ଦେଉଛି । ଏହା
ଦର୍ଶାଉଛି ଯେ ସେମାନଙ୍କ ହାତରେ ବାସ୍ତବରେ କୌଣସି ପ୍ରସଙ୍ଗ ନାହିଁ ବୋଲି ଶ୍ରୀମତୀ ଦେଓ କହିଛନ୍ତି ।