ପୁଣିଥରେ ବିଜେବି ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ

ପୁଣିଥରେ ବିଜେବି ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ । ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ବଡଗଡ ଥାନାରେ ଅଭିଯୋଗ କରାଯାଇଛି। ତେବେ ଯୁକ୍ତ ୨ ଦ୍ଵିତୀୟ ବର୍ଷର ବାଣିଜ୍ୟ ବିଭାଗର ଜଣେ ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବିଜେବି କଲେଜ ଆମ୍ବେଦକର ଛାତ୍ରାବାସରେ ରହୁଥିବା ସିନିୟରମାନେ ରାଗିଂ କରିବା ସହ ମାଡ଼ ମାରିଛନ୍ତି। ଏ ନେଇ ଛାତ୍ର ଜଣକ ଥାନାରେ ଅଭିଯୋଗ କରିଛନ୍ତି।