ବିଜେବି କଲେଜରେ ଉତ୍ତେଜନା : ୨ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାରପିଟ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେବି କଲେଜରେ ଉତ୍ତେଜନା । ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଛି । ହଷ୍ଟେଲରେ ଭଙ୍ଗାରୁଜା ବି କରିଛନ୍ତି ଛାତ୍ର । ଫଳରେ ଉଭୟ ହଷ୍ଟେଲର ୧୫ରୁ ଉର୍ଦ୍ଧ୍ବ ଛାତ୍ର ଆହତ ହୋଇଛନ୍ତି । ସାମାନ୍ୟ କଥାକୁ ନେଇ ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାରପିଟ୍ ଲାଗିଥିଲା । ଫଳରେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।