ବିଶ୍ୱ ମହାକାଶ ଅର୍ଥନୀତିର ଆକାର ୪୪୭ ବିଲିୟନ ଡଲାର, ଏବାବଦରେ ଭାରତୀୟ ବଜେଟ ମାତ୍ର ୨ %, ଘରୋଇ କ୍ଷେତ୍ରର ଯୋଗଦାନ ଅଧିକ ଅଭିବୃଦ୍ଧି ଆଣିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ଅତିଶୀଘ୍ର ବିଦେଶୀ କମ୍ପାନୀକୁ ସଂଶୋଧିତ ଏଫଡିଆଇ ନିୟମ ସହ ମହାକାଶ କ୍ଷେତ୍ରରେ ନିବେଶ ପାଇଁ ଅନୁମତି ପ୍ରଦାନ କରିବ । ଭାରତୀୟ ଅନ୍ତରୀକ୍ଷ ବିଭାଗରେ ବୈଦେଶିକ କମ୍ପାନୀଙ୍କୁ ମଧ୍ୟ ସୁଯୋଗ ମିଳିବ । ଏବେ ସରକାର ଏଫଡିଆଇରେ ସଂଶୋଧନ କରୁଛନ୍ତି । ଯାହା ଦେଶ ବାହାର କମ୍ପାନୀଙ୍କୁ ଅନେକ ସୁଯୋଗ ପ୍ରଦାନ କରିବ  ।

ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ସମ୍ମିଳନୀରେ ଅନେକ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା । ଇନ-ସ୍ପେସର ଅଧ୍ୟକ୍ଷ ପବନ ଗୋୟଙ୍କ କହିଥିଲେ ଯେ,  ସାରା ବିଶ୍ୱରେ ସ୍ପେସ ଇକୋନମି ରହିଛି ୪୪୭ ବିଲିୟନ ଡଲାର । ଯେଉଁଥିରେ ଭାରତର ଅଂଶ ମାତ୍ର ୨ ପ୍ରତିଶତରୁ ମଧ୍ୟ କମ୍ । ଏହାକୁ ୧୦ ପ୍ରତିଶତକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରକ୍ଷାଯାଇଛି । ସେ ଆହୁରି କହିଥିଲେ ଯେ,  ଅନ୍ତରାଷ୍ଟ୍ରୀୟ କମ୍ପାନୀକୁ ଭାରତରେ ନିବେଶ ପାଇଁ ସୁଯୋଗ ମିଳିବ ।

ସେହିପରି ଇସ୍ରୋ ଅଧ୍ୟକ୍ଷ ଡି ଶିବନ କହିଛନ୍ତି ଯେ, ବିଦେଶୀ କମ୍ପାନୀ ନିବେଶ କଲେ ବିଜ୍ଞାନ ଓ ଗବେଷଣା ତ୍ୱରାନ୍ୱିତ ହେବ । ବିଦେଶୀ କମ୍ପାନୀ ଭାରତରେ ନିବେଶ ପାଇଁ ଅଧିକ ରୁଚି ରଖୁଛନ୍ତି । ଏବେ ସରକାର ବଜେଟରେ ଗବେଷମା କ୍ଷେତ୍ରରେ ଅଧିକ ରାଶି ବରାଦ କରୁଛନ୍ତି । ଯାହା ଲାଭଦାୟକ ସାବ୍ୟସ୍ତ ହେଉଛି ।

ଇନ-ସ୍ପେସ ହେଉଛି ଇସ୍ରୋର ଏକ ନୋଡାଲ ଏଜେନ୍ସି । ଯାହା ଇସ୍ରୋକୁ ବିଭିନ୍ନ ସହଯୋଗ ପ୍ରଦାନ କରିଥାଏ । ଏହା ଭାରତରେ ଘରୋଇ କ୍ଷେଚ୍ରରେ ଅନ୍ତରୀକ୍ଷ ଗତିବିଧି ଉପରେ ନଜର ରଖିଥାଏ । ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ସମ୍ମିଳନୀରେ ମହାକାଶ ଗବେଷଣା ବାବଦରେ ଆଲୋଚନା ହୋଇଥିଲା  । ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ ଅନ୍ତରୀକ୍ଷ ଷ୍ଟାଟଅଫ୍ ଯୋଗ ଦେଇଥିଲେ । ଏଥିରେ ମହାକାଶକୁ ରକେଟ୍ ଉତକ୍ଷେପଣ, ରକେଟର ଉନ୍ନତିକରଣ ବାବଦରେ ଚର୍ଚ୍ଚା ହୋଇଥିଲା ।

କାର୍ଯ୍ୟକ୍ରମରେ ଇସ୍ରୋର ବୈଜ୍ଞାନିକ ସଚିବ ଓ ପ୍ରଭାରୀ ଆର୍ ଉମାମହେଶ୍ୱରନ୍ କହିଥିଲେ ଯେ, ମହାକାଶ ବିଭାଗ ଉପଗ୍ରହ ସଂଚାର ସହ ସମ୍ବଧିତ ନୀତିକୁ ଅନ୍ତିମ ରୂପ ଦେବାକୁ ପ୍ରକ୍ରିୟା ଜାରି ରଖିଛି । ଅନ୍ତରୀକ୍ଷ ଗତିବିଧି ବିଧେୟକକୁ ସମୀକ୍ଷା ପରେ ସଂସଦରେ ଆଗତ କରାଯାଉଛି ।

Leave a comment