କାକଟପୁରର କଂଗ୍ରେସ ବିଧାନସଭା ପ୍ରାର୍ଥୀ ହେଲେ ବିଶ୍ବ ଭୂଷଣ ଦାସ

0

ବିଧାନସଭା ନିର୍ବାଚନ ପାଇଁ ପୁଣି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କାକଟପୁର ଆସନ ପାଇଁ ବିଶ୍ବ ଭୂଷଣ ଦାସଙ୍କୁ ପ୍ରାର୍ଥୀ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି । କଂଗ୍ରେସରେ ମିଶିବା ପରେ ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ନିକଟରେ ହିଁ ସେ ବିଜେପିରୁ ଅସନ୍ତୁଷ୍ଟ ହୋଇ କଂଗ୍ରେସ ହାତ ଧରିଥିଲେ । ଏହାପରେ ତାଙ୍କୁ କାକଟପୁରରେ ବିଧାୟକ ପ୍ରାର୍ଥୀ କରଛି କଂଗ୍ରେସ ।

ଏହାପୂର୍ବରୁ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଏହାପରେ ଏପ୍ରିଲ୍‌ ୧୪ରେ ୭୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ସେହିଭଳି ଏପ୍ରିଲ୍‌ ୧୬ ତାରିଖରେ ବି ୧୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏପ୍ରିଲ ୨୮ ତାରିଖରେ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ ।

Leave a comment