ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଆଗକୁ ନିର୍ବାଚନ ଥିବାରୁ ତାଙ୍କ ଦଳ ଏବଂ ତାଙ୍କୁ ବଦନାମ କରିବାକୁ ଏହା ଏକ ରାଜନୈତିକ ଚାଲ । ମୟୁରଭଞ୍ଜ ଅଞ୍ଚଳରେ ବିଜେପି ଭଲ ସ୍ଥିତିରେ ଥିବାରୁ ସରକାରୀ ଦଳ ଭୟଭୀତ ହୋଇ ଏପରି ଶସ୍ତା ରାଜନୀତି କରୁଥିବା ପାଲଟା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଅଶ୍ୱିନୀ ମଲ୍ଲିକ ଓ ଆସିଷ୍ଟାଂଟ୍ ଡାଇରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ମନ୍ତ୍ରୀ ଆକ୍ରମଣ କରି ହାତ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏହା ସହିତ କେନ୍ଦ୍ରମନ୍ତ୍ରୀ ଜୀବନରୁ ମାରିଦେବା ନେଇ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ।

Leave a comment