ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଶୁପକ୍ଷୀ ଙ୍କୁ ଭୋଜନ ଦେଲେ ଏହିସବୁ ସମସ୍ୟାରୁ ମୁକ୍ତି ମିଳିଥାଏ

0

ଅଧିକାଂଶ ଚେଷ୍ଟା ପରେ ମଧ୍ୟ ବେଳେବେଳେ ମଣିଷ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରି ପାରିନଥାଏ, ଏହା ପଛରେ ତାର ରାଶିରେ ଚାଲିଥିବା ଖରାପ ସମୟ ବାଧକ ସାଜିଥାଏ l କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ପଶୁପକ୍ଷୀ ଙ୍କୁ ଭୋଜନ ଦେବା ଖୁବ ଶୁଭ ଅଟେ l ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ କେଉଁ ଜୀବଜନ୍ତୁ ଙ୍କୁ ଖାଇବାକୁ ଦେବା ଦ୍ୱାରା କଣ ହୋଇଥାଏ ଓ କଣ ରହିଛି ଏହା ପଛର ବିଶେଷ କାରଣ l

* ନିଜ ଘରେ ସବୁଦିନ ପୂଜା କରିବା ସମୟରେ ଯଦି କିଛି ମିଠା ଜିନିଷ ଭୋଗ ଲଗାଉଛନ୍ତି ତେବେ ସେଥିରୁ କିଛି ନେଇ ପିମ୍ପୁଡ଼ିଙ୍କୁ ଦିଅନ୍ତୁ l ପିମ୍ପୁଡ଼ିଙ୍କୁ ଖାଇବାକୁ ଦେଲେ ଆର୍ଥିକ ଅନାଟନ ଦୂର ହୋଇଥାଏ l ତା ସହିତ ରାଶି ରେ ଯଦି ରାହୁ ଙ୍କ କୋପ ଥାଏ ତାହା ଶାନ୍ତ ହୋଇଥାଏ l

* ପ୍ରତିଦିନ ସକାଳୁ ପକ୍ଷୀ ମାନଙ୍କୁ ନିଜ ହାତରେ କିଛିଟା ଦାନା ଖାଇବାକୁ ଦେବା ଆବଶ୍ୟକ l ଏହାଦ୍ୱାରା ଜୀବନର ସମସ୍ତ ଅସୁବିଧା ଦୂରେଇ ଯାଇଥାଏ ଓ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l

* ଘରର ପ୍ରଥମ ରୁଟି ସବୁବେଳେ ଗାଈକୁ ଖାଇବାକୁ ଦେବା ଆବଶ୍ୟକ l ଏହାଦ୍ୱାରା ଶନି ଦେବଙ୍କ କୋପରୁ ମୁକ୍ତି ମିଳିଥାଏ l ତା ସହିତ ରୋଗ ବୈରାଗ ଠାରୁ ମଧ୍ୟ ଦୁରେଇ ରହିବେ l

* ଘରେ ସର୍ବଦା ଶେଷ ରୁଟିଟି କୁକୁର କୁ ଦେବା ଉଚିତ l ଏହାଦ୍ୱାରା ବୈବାହିକ ଜୀବନରେ ସୁଖସମୃଦ୍ଧି ଆସିଥାଏ ଏବଂ ଘରର ମୁରବୀଙ୍କ ର ରିଷ୍ଟ ଖଣ୍ଡନ ହୋଇଥାଏ l

* ଶିବଲିଙ୍ଗରେ ଦହି , ମହୁ, ଘିଅ ଚଢାଇବା ପରେ ଆଉ କିଛି ଘିଅ, ମହୁ ଓ ଦହି ବ୍ରାହ୍ମଣଙ୍କୁ ଦାନ କରନ୍ତୁ l ଏପରି କରିବା ଦ୍ୱାରା ପିତୃ ଦୋଷ ରୁ ମୁକ୍ତି ମିଳିଥାଏ ଏବଂ ପାରିବାରିକ ଜୀବନ ସୁଖମୟ ହୋଇଥାଏ l

* ପ୍ରତିଦିନ ମହାବୀର ଙ୍କୁ ୫ଟି ନାଲି ମନ୍ଦାର ଅର୍ପଣ କରନ୍ତୁ ଓ ଏହାପରେ ସାଷ୍ଟାଙ୍ଗ ପ୍ରଣାମ କରି ଫେରି ଆସନ୍ତୁ l ଏପରି କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l

* ଯଦି ପରିବାର ରେ କେହି ରୋଗଗ୍ରସ୍ତ ଅଛନ୍ତି ତେବେ ତାଙ୍କ ମୁଣ୍ଡ ଚାରି ପାଖରେ ୩ଟି ରୁଟିକୁ ବୁଲାଇ କୁକୁର କୁ ଖାଇବାକୁ ଦେଇଦେବେ l କଦାପି ଗାଈକୁ ଖାଇବାକୁ ଦେବେ ନାହିଁ l ଏହି ଉପାୟ କରିବା ସମୟରେ ରୋଗୀର କୁଶଳ କାମନା କରିବେ l

* ଧନ ହାନି ରୁ ମୁକ୍ତି ପାଇବା ପାଇଁ ଘରର ମୁଖ୍ୟ ଦ୍ୱାରରେ ରଙ୍ଗୋଲି କରନ୍ତୁ l ସେହି ରଙ୍ଗୋଲି ଉପରେ ଗୋଟିଏ କଳସ ସ୍ଥାପନା କରନ୍ତୁ l ଏପରି କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

Leave a comment