ଗୋଟିଏ ଚିତାରେ ଜଳିଲା ଜୁଇ, ପଞ୍ଚଭୂତରେ ବିଲୀନ ହେଲା ରାୱତ ପତି-ପତ୍ନୀଙ୍କ ମରଶରୀର, ଝିଅ ଦେଲେ ମୁଖାଗ୍ନି

0

ଯେଉଁ ପର୍ଯ୍ୟନ୍ତ ଆକାଶରେ ସୂର୍ଯ୍ୟ ଏବଂ ଚନ୍ଦ୍ର ରହିଥିବେ ସେ ପର୍ଯ୍ୟନ୍ତ ବିପିନ୍‌ଙ୍କ ନାମ ଅମର ରହିଥିବ । ବିପିନ୍ ରାୱତ୍‌ ଅମର ରହେ ନାରା ସହ ୧୭ ତୋପ ସଲାମି ମଧ୍ୟରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫନ୍ସ ଷ୍ଟାଫ୍‌ ଜେନେରାଲ୍‌ ବିପିନ୍‌ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ମରଶରୀର ପଞ୍ଜଭୂତରେ ବିଲୀନ ହୋଇଛି ।

ଦ୍ୱିପ୍ରହର ୨ ଟା ସମୟରେ ଦିଲ୍ଲୀ କାମରାଜ ମାର୍ଗ ସ୍ଥିତ ସିଡିଏସ୍‌ଙ୍କ ବାସଭବନରୁ ବାହାରିଥିବା ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ୍‌ ହୋଇଥିଲେ । ପ୍ରତି ଆଖିରେ ଥିଲା ଲୁହ ଏବଂ ହୃଦୟ ଭିତରେ ଅସୀମିତ କୋହ । ସିଡିଏସ୍‌ଙ୍କ ବୀରତାକୁ ସମ୍ମାନ କରି ତାଙ୍କ ମରଶରୀର ଉପରେ ହୋଇଥିଲା ପୁଷ୍ପବର୍ଷା । ମାଆ ଭାରତୀର ବୀର ସନ୍ତାନ ପାଇଁ ଏକ ଧାରାରେ ଲାଗିଥିଲା ନାରା । ସିଡିଏସ୍‌ ରାୱତ ଏବଂ ତାଙ୍କ ପତ୍ନୀଙ୍କୁ ଝିଅ କୃତିକା ଏବଂ ତାରିଣି ମୁଖାଗ୍ନି ଦେଇଛନ୍ତି । ଗୋଟିଏ ଜୁଇରେ ପତି-ପତ୍ନୀଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ଅନ୍ତିମ ସଂସ୍କାର ସମୟରେ ଜେନେରାଲ୍‌ ବିପିନ୍‌ ରାୱତଙ୍କ ସାନଭାଇଙ୍କ ପରିବାର, ମଧୁଲିକା ରାୱତଙ୍କ ପରିବାର ଲୋକମାନେ ଉପସ୍ଥିତ ରହିଥିଲେ । ପରିବାର ନୁହେଁ ବହୁମାତ୍ରାରେ ସୌନିକଙ୍କ ପରିବାର, ବିଭିନ୍ନ ଦଳର ନେତା, ଅନ୍ୟ ଦେଶର ସେନାଧ୍ୟକ୍ଷ ଏବଂ ବଡ଼ ବଡ଼ ସେନା ଅଧିକାରୀ ଉପସ୍ଥିତ ରହିଥିଲେ ।

Leave a comment