ଠାବ ହେଲା ବାଇକ ରାକେଟ: ୮ ଜବତ, ୩ ଗିରଫ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ପୁଣି ଠାବ ହୋଇଛି ବାଇକ ରାକେଟ । ତେବେ ଏହି ରାକେଟର ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ୩ ଲୁଟେରା ସହିତ ଚୋରା ବାଇକ କିଣୁଥିବା ଅଭିଯୋଗରେ ଖଣ୍ଡଗିରି ପୋଲିସ ଜଣଙ୍କୁ ଗିରଫ କରିଛି ।

୩ ଲୁଟେରାଙ୍କ ନିକଟରୁ ୮ଟି ବାଇକ ସହିତ ଦୁଇଟି ସ୍କୁଟି ଜବତ କରିଛି କମିଶନରେଟ ପୋଲିସ । ଏହି ବାଇକ ରାକେଟ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ କରିଥାନ୍ତି । ସେହିପରି ଏହି ଲୁଟେରା ରାକେଟର ମାଷ୍ଟର ମାଇଣ୍ଡ ହେଉଛି ଦୀପୁ । ପୂର୍ବରୁ ମଧ୍ୟ ଅନେକ ଥର ଦୀପୁ ଜେଲ ଯାଇଛି । ଜେଲ ଯାଇ ଫେରିଥିବା କହିଛନ୍ତି ଭୁବନେଶ୍ୱର ଜିସିପି ।

Leave a comment