ନିରାଡ଼ମ୍ବର ପାଳନ ହେବ ବିଜୁ ବାବୁଙ୍କ ୧୦୬ତମ ଜନ୍ମ ଜୟନ୍ତୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ ତମ ଜନ୍ମ ଜୟନ୍ତୀ ପାଳନ ହେବ। ପ୍ରତି ନିର୍ବାଚନମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ। ଏନେଇ ଦଳୀୟ ବିଧାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରତି ନିର୍ବାଚନ ମଣ୍ଡଳୀରେ ସାଧାରଣସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ। ସେହିପରି ମାର୍ଚ୍ଚ ୮ରେ ପ୍ରତି ନିର୍ବାଚନ ମଣ୍ଡଳୀରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବ ଦଳ। ମହିଳା ସଶକ୍ତିକରଣ ପାଇଁ ବିଜେଡିର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ। ପ୍ରଶାସନକୁ ସ୍ୱଚ୍ଛ କରିବାକୁ ୫-ଟି ଓ ମୋ ସରକାର ଭଳି ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏଣୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

Leave a comment