ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସମସ୍ତଙ୍କୁ ମିଳିବ ମାଗଣା ଚିକିତ୍ସା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ) ରେ ରାଜ୍ୟର ସବୁ ସରକାରୀ ମେଡିକାଲ କଲେଜରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ସମସ୍ତ ବର୍ଗର ଲୋକେ ଏହି ସୁବିଧା ପାଇପାରିବେ । ଗୁରୁବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତିବ। ଏହି ସୁବିଧା ଆସନ୍ତା ଫେବୃୟାରୀ ୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଉପଲବ୍ଧ ହେବ । ଏଥିସହିତ ବ୍ଲଡବ୍ୟାଙ୍କରେ ସୁବିଧା ଓ ମାଗଣାରେ ବ୍ଲଡ ଯୋଗାଇ ଦିଆଯିବ । ଏହି ଯୋଜନାରେ ଲାଭ ପାଇବା ପାଇଁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ । ଏହି ଯୋଜନାରେ ରୋଗୀମାନଙ୍କୁ ମାଗଣାରେ ବେଡ ସହ ସର୍ଜରୀ, ଓଟି, ଆଇସିୟୁ ଆଦି ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ବଜେଟରେ ୧୦୦ କୋଟି ଟଙ୍କା ଅତିରିକ୍ତ ବ୍ୟୟବରାଦ କରିଛନ୍ତି । ଏହି ଯୋଜନାରେ ପ୍ରାୟ ୭୦ ଲକ୍ଷ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ । ମହିଳାମାନଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଚିକିତ୍ସା କ୍ଷେତ୍ରରେ ରାଜ୍ୟବାସୀଙ୍କ ପାଇଁ ଏହା ଅଉ ଏକ ମାଇଲ ଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

Leave a comment