ବିଶ୍ବାସ, ଆସ୍ଥା ଓ ଆତ୍ମବିଶ୍ବାସ ବଜାୟ ରଖିଲେ ଅସମ୍ଭବ ବି ସମ୍ଭବ ହୋଇପାରେ : ଛାତ୍ର ବିଜେଡ଼ି

ଓଡ଼ିଆ ମୋ ପରିବାର ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେଲା "ବିଜୁ ପ୍ରତିଭା ସମ୍ମାନ"

0

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡ଼ିଆ ମୋ ପରିବାର ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳ ସଂଯୋଜନାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶ୍ରେଷ୍ଠ ୨୫ ଜଣଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଲା “ବିଜୁ ପ୍ରତିଭା ସମ୍ମାନ-୨୦୨୨” । ଏହି କାର୍ଯ୍ୟକ୍ରମ ଓଡ଼ିଶା ମୋ ପରିବାର ତରଫରୁ ବିଜୁ ଛାତ୍ର ଜନତା ଦଳ ସଂଯୋଜନାରେ ଆୟୋଜିତ ହେବା ସହ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶ୍ରେଷ୍ଠ ୨୫ ଜଣଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୋଟିଏ ଲାପଟପ୍ ପ୍ରଦାନ କରିବା ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଜୁ ଜନତା ଦଳର ଉପସଭାପତି ତଥା ବିଧାୟକ ଶ୍ରୀ ଦେବୀ ମିଶ୍ର, ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ବିଜୁ ଜନତା ଦଳର ସାଧାରଣ ସଂପାଦକ (ଯୁବ- ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମୋକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲିକ, ବରୀ ବିଧାୟକ ସୁନନ୍ଦା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପିଲାଙ୍କ ଉଦ୍ଦେଶ୍ୟରେ ନିଜ ମତ ବ୍ୟକ୍ତ କରି କହିଛନ୍ତି ଆଗାମୀ ଭବିଷ୍ୟତରେ ସମସ୍ତେ ସଫଳତାର ଶୀର୍ଷ ଛୁଅଁ , କିନ୍ତୁ ନିଜ ମା ବାପା ଏବଂ ନିଜ ମାଟି ପ୍ରତି ଥିବା କର୍ତ୍ତବ୍ୟ କେବେ ଭୁଲ୍ ନାହିଁ। ବିଶ୍ବାସ, ଆସ୍ଥା ଓ ଆତ୍ମବିଶ୍ବାସ ବଜାୟ ରଖିଲେ ଅସମ୍ଭବ ବି ସମ୍ଭବ ହୋଇପାରେ। ଆପଣମାନେ ସମସ୍ତେ ଆଗାମୀ ଭବିଷ୍ୟତରେ ଆହୁରି ସଫଳତା ହାସଲ କରିବେ ତାହା ମୋର ଦୃଢ ବିଶ୍ବାସ। ଆଜିର ଏହି “ବିଜୁ ପ୍ରତିଭା ସମ୍ମାନ- ୨୦୨୨” ସମ୍ମାନିତ କାର୍ଯ୍ୟକ୍ରମ ଆପଣଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ଯାହା ମୁଁ ଭାବୁଛି ନିଶ୍ଚିତ ଭାବେ ଏହା ଆପଣ ସମସ୍ତଙ୍କ ନିମନ୍ତେ ପ୍ରେରଣାଦାୟକ ହେବ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଓଡିଶା ମୋ ପରିବାର ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିବା “ବିଜୁ ପ୍ରତିଭା ସମ୍ମାନ -୨୦୨୨” ଆମ ପାଇଁ ଏକ ଊର୍ଜା ସଦୃଶ। ଭବିଷ୍ୟତରେ ଯେଉଁ ସବୁ ଆହ୍ବାନ ଆସିବ ତାହାକୁ ମୁକାବିଲା କରିବା ପାଇଁ ଏହି କାର୍ଯ୍ୟକ୍ରମର ନିଶ୍ଚିତ ପ୍ରେରଣା ଦାୟୀ ବକ୍ତବ୍ୟ ଫଳପ୍ରଦ ହେବ ବୋଲି ଆୟୋଜିତ କାର୍ଯ୍ୟକ୍ରମ ଅବସରରେ କୃତୀ ଛାତ୍ରଛାତ୍ରୀ ଏଭଳି ମତ ବ୍ୟକ୍ତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନିଶ୍ଚିତ ଭାବେ ଏକ ସୌଭାଗ୍ୟର ବିଷୟ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଆଜି ଆମ ପିଲାମାନେ ସମ୍ମାନିତ ହେଉଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଏକ ଗୋୖରବମୟ ଅଧ୍ୟାୟ ବୋଲି କିଛି ଅଭିବାବକ ମାନେ ମଧ୍ୟ କହିଛନ୍ତି। ଏହି ଅବସରରେ ଓଡ଼ିଶା ମୋ ପରିବାର ସଂଯୋଜକ ରୁଦ୍ର ସାମନ୍ତରାୟ ଧନ୍ୟବାଦ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୨୫ ଜଣ ଭାବେ ସମ୍ମାନିତ ହୋଇଥିବା ୩୦ ଛାତ୍ରଛାତ୍ରୀ ମଧ୍ୟରେ ବ୍ରହ୍ମପୁରର ଶିବରାମ ପାତ୍ର, ଭୁବନେଶ୍ବରର ପ୍ରତ୍ୟୁଷ ଦାସ , ବ୍ରହ୍ମପୁରର ଶାଶ୍ଵତ ସାହୁ, ଅନୁଗୁଳର ଆଦ୍ୟାଶା ପ୍ରିୟଦର୍ଶିନୀ ପାଣି, ବାଲେଶ୍ଵର ର ସ୍ୱରୂପା ଜେନା, ଖୋର୍ଦ୍ଧାର ସତ୍ୟ ପ୍ରକାଶ କର, ବାଲେଶ୍ଵରର ଏଲିନା ଗିରି, କଟକ ର ଆଦ୍ୟାଷ୍ରୀ ଦେବତା, ଖୋର୍ଦ୍ଧାର ଶୁଭମ୍ ଶେଖର ତ୍ରିପାଠୀ, ପୁରୀର ଆୟୁଷ ମିଶ୍ର, ବଲାଙ୍ଗୀରର ସ୍ୱାଭିମାନ ନାୟକ, ଖୋର୍ଦ୍ଧାର ଶୁଭ ଲକ୍ଷ୍ମୀ ଜେନା, ମୟୂରଭଞ୍ଜର ଜନ୍ମଜୟ କବାଟ, ବାଲେଶ୍ଵରର ଦେବଶ୍ରି ମିଶ୍ର, ବରଗଡ଼ର ତେଜ୍ୱଶି ହିନ୍ଦୁ ସାହୁ, ଖୋର୍ଦ୍ଧାର ପ୍ରିୟଦର୍ଶିନୀ ସ୍ଵାଇଁ, ଭଦ୍ରକର ସାଇ ସତ୍ୟ ପ୍ରକାଶ ପରିଡ଼ା, ବାଲେଶ୍ବରର ସାଇ ନନ୍ଦିନୀ ଗିରି, ଯାଜପୁରର ନିହରିକା ଦାସ, କେଉଝର ର ସନ୍ଦୀପ କୁମାର ପ୍ରଧାନ, ବାଲେଶ୍ଵର ର ରୁଦ୍ର ନାରାୟଣ ମୁଦୁଲି , ଭୁବନେଶ୍ୱରର ଆୟୁଷ୍ମାନ ମହାନ୍ତି, ସୁନ୍ଦର୍ ଗଡର ସାଇ ଶ୍ରିତା ଜେନା, ଯାଜପୁର ର ଦିବ୍ୟଶା ପଣ୍ଡା , ବ୍ରହ୍ମପୁର ର ଦୀପକ କୁମାର ନାୟକ, କଟକ ର ସ୍ଵପ୍ନମୟୀ ଦାସ, ବାଲେଶ୍ଵରର ବର୍ଷା ମହାପାତ୍ର, କେଓଝର୍ ର ଜ୍ୟୋତି ସାହୁ, ନୟାଗଡର ବିଷ୍ଣୁପ୍ରିୟା ପ୍ରଧାନ, କଟକ ର ସ୍ଵାଧୀନ ସାହୁ
ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା ସହିତ ପ୍ରାୟ ସମସ୍ତ ଜିଲ୍ଲାର ଛାତ୍ର ସଭାପତି ସମେତ ଅନେକ ଛାତ୍ରନେତା ପ୍ରମୁଖ ଉପସ୍ଥିତ ଥିଲେ।

 

Leave a comment