‘ଝଡର ଇଗଲ’ ବିଜୁପଟ୍ଟନାୟକ…

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେ ଝଡର ଇଗଲ, ସେ ଅସାଧାରଣ ବ୍ୟକ୍ତିତ୍ୱର ବିରାଟ ଉଦାହରଣ। ସେ ଯୁବ ସମାଜର ପ୍ରେରଣାର ଉତ୍ସ । ଅଦମ୍ୟ ସାହସର ଯାଦୁଗର। ସେ ଓଡିଶା ଇତିହାସର ଅପରାଜେୟ ବୀର। ଆଉ ସେ ସ୍ୱର୍ଣ୍ଣିମ ଓଡିଶା ଇତିହାସ ଖାରବେଳ। ସେ ଆଉକେହି ନୁହେଁ , ସେ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ସେ ଅମର ବୀରଙ୍କ 104ତମ ଜନ୍ମବାର୍ଷିକରେ ‘ସତ୍ୟଦ୍ରଷ୍ଟା’ପରିବାର ତରଫରୁ ଶତଶତ ପ୍ରଣାମ । ତାଙ୍କ ପୁରୁଷାକାରକୁ ଆଧୁନିକ ଓଡିଶା ଇତିହାସରେ ପ୍ରସିଦ୍ଧ ନେତୃତ୍ୱବୃନ୍ଦଙ୍କ ମାନ ଦଣ୍ଡରେ ମାପିବାକୁ ବସିଲେ ହୁଏତ ସମୟ ସରିଯିବ, ମାପିବା ଲୋକର ଧୌର୍ଯ୍ୟ ସରିଯିବ , ହେଲେ ତାଙ୍କ ବୀରତ୍ୱର ଗାଥା ଅସରନ୍ତି ହୋଇରହିଯିବ । ଓଡିଶା ରାଜନୀତି ଓ ସାଧାରଣ ଜୀବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଏକ ବିରଳ ବ୍ୟକ୍ତିତ୍ୱ । ରାଜ୍ୟର ସ୍ୱାର୍ଥ ଓ ଗରିବ ଲୋକଙ୍କ ହିତସାଧନ ପାଇଁ ସେ ଯେପରି ଦୃଢତା ଓ ନିର୍ଭିକତାର ସହ ପଦକ୍ଷେପ ନେଉଥିଲେ ତାଙ୍କ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ସେଭଳି ଦୃଢତା ପ୍ରଦର୍ଶନ କରିଥିବାର ଦେଖାଯାଏ ନାହିଁ। ସ୍ୱାଭିମାନ ଓ ସାହସିକତାର ସେ ଥିଲେ ଏକ ସ୍ପର୍ଧିତ ଉଚ୍ଚାରଣ ଓ ଅନନ୍ୟ ପ୍ରତୀକ। କେବଳ ଓଡିଶା ବା ଭାରତ କାହିଁକି ସମଗ୍ର ଅନ୍ତର୍ଜାୟୀୟ ସ୍ତରରେ ଲୋକପ୍ରିୟ ଉଚ୍ଚାଙ୍ଗବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକ ନିଜେ ହିଁ ନିଜର ପରିଚୟ। କିଏ ତାଙ୍କୁ ଓଡଶା ରାଜନୀତିର ପ୍ରବାଦ ପୁରୁଷ କହୁଥିବା ବେଳେ ଆଉ କେହିତାଙ୍କୁ ନବ ଉତ୍କଳର ନିର୍ମାତା କଳିଙ୍ଗ ବୀର ବୋଲି ଆଖାୟିତ କରିଥାନ୍ତି । ବିଜୁ ବାବୁଙ୍କର ପ୍ରତିଦ୍ୱନ୍ଦୀ ଓଡିଶା ରାଜନିତୀର ଅନ୍ୟତମ ଭୀଷ୍ମ ପିତାମହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବହ୍ଲବ ପଟ୍ଟନାୟକ ଏକଦା ବିବୁବାବୁଙ୍କର ବ୍ୟକ୍ତିତ୍ୱ ଆକଳନ କରି ତାଙ୍କୁ ଝଡର ଇଗଲ ବୋଲି ସମ୍ବୋଧନ କରିଥିଲେ ।

ଏହି ଦୁଃସାହସି ଜନ ନାୟକଙ୍କ 104 ତମ ଜମ୍ନତିଥି ଅବସରରେ ତାଙ୍କୁ ଯିଏ ଯେତେପ୍ରକାର ବର୍ଣ୍ଣନା କରନ୍ତୁନା କାହିକି ସେ ଥିଲେ ସବୁଠୁ ଊର୍ଧ୍ଦରେ । ଯେଉଁମାନେ ତାଙ୍କର ଚିର ପ୍ରତିଦ୍ୱନ୍ଦୀ ଥିଲେ , ତାଙ୍କର କ୍ଷତି କରିଥିଲେ , ଅର୍ଥାତ ବିରୋଧୀମାନଙ୍କୁ ମଧ୍ୟ ବିଜୁବାବୁ ବହୁତ ଭଲ ପାଉଥିଲେ। ବିଜୁବାବୁ ତାଙ୍କ ଜୀବନକାଳରେ କଠୋର ବିରୋଧୀଙ୍କୁ ବହୁ ଉଚ୍ଚପଦପଦବୀରେ ସ୍ଥାନିତ କରିଥିଲେ । ସେ ନିଜଠୁ ଓଡିଶାକୁ ବା ତତକାଳୀନ କଳିଙ୍ଗକୁ ଭଲପାଉଥିଲେ। ଓଡିଶାର ଶିଳ୍ପ, କୃଷି , ଓଡିଶାର ପଞ୍ଚାୟତି ରାଜ, ଓଡିଶାର ମହିଳା ଶସକ୍ତିକରଣ, ଗାଁର ବିକାଶ ଏ ସବୁ କ୍ଷେତ୍ରରେ ଯଦି ବିକାଶର ପ୍ରଥମ ପଦଚିହ୍ନ ବା ବିକାଶର ପ୍ରଥମ ସ୍ପର୍ଶ ଯଦି କେହି ଦେଇଥାଏ ସେ ହେଉଛନ୍ତି ବିଜୁବାବୁ। ମଜ ଭରି ଯଜି କେହି ଜଣେ କଳିଙ୍ଗକୁ ଭଲ ପାଉଥିଲେ ସେ ହେଉଛନ୍ତି ବିଜୁବାବୁ। ସେ କହିଥିଲେ ମୁଁ ଉତ୍କଳର ସନ୍ତାନ, କଳିଙ୍ଗର ସନ୍ତାନ, ମୁଁ ଗୋପବନ୍ଧୁ ଓ ମଧୁବାରିଷ୍ଟରଙ୍କ ଦୟାଦ ।

ମାତ୍ର 12 ବର୍ଷ ବୟସରେ ଗୋପବନ୍ଧୁଙ୍କ ସହ ମିଶି ନଈବଡି ସମୟରେ ରିଲିଫ ବାଣ୍ଟିବାରେ ସହଯୋଗ କରିଥିଲେ । ଏକଦା, ସେ ଗୋପବନ୍ଧୁଙ୍କ ସହ ବ୍ରାହଣୀ ନଦୀରେ ଯାଉଥିବାବେଳେ ଗୋପବନ୍ଧୁଙ୍କ ଛତା ନଦୀକୁ ଉଡିଯାଇଥିଲା । ତତକ୍ଷଣାତ୍ ବିଜୁବାବୁ ନଦୀକୁ ଡେଇଁ ଛତା ଆଣିଦେଇଥିଲେ । ଏହାଦେଖି ଗୋପବନ୍ଧୁ ତାଙ୍କ ଧନ୍ୟବାଦ ଦେଇ କହିଥିଲେ ତୁମେ ଜଣେ ବଡ ମଣିଷ ହେବ। ତାଙ୍କର ସେହି ଅର୍ଶୀବାଦ ତାଙ୍କୁ ସାରା ବିଶ୍ୱ ପରିଚିତ କରାଇଥିଲା । 1952 ମସିହାରେ ଜାତିସଂଘରେ କଳିଙ୍ଗ ସମ୍ମାନ ପ୍ରତିଷ୍ଠା କରିଥିଲେ ସେହି ମହାନ ଜନନାୟକ ବିଜୁ ପଟ୍ଟନାୟକ। ତିଳେ ମାତ୍ର ଲୋଭଗ୍ରସ୍ତ ହୋଇନଥିଲେ ସେ । ତେଣୁ ସେ ଓଡିଆ ଜାତି ଏବଂ ରାଜ୍ୟକୁ ଭଲପାଉଥିଲେ ବୋଲି ଜାତିସଂଘରେ କଳିଙ୍ଗ ସମ୍ମାନ ପ୍ରତିଷ୍ଠା କରିଥିଲେ । ଯାହାକି ବିଜ୍ଞାନର ପ୍ରଚାର , ପ୍ରସାର ପାଇଁ ପ୍ରିତିବର୍ଷ ଦିଆଯାଉଛି ସାରା ବିଶ୍ୱସ୍ତରରେ । ଏହିଭଳି ଜଣେ ବ୍ୟକ୍ତିତ୍ୱର ମଣିଷ ବିଜୁବାବୁ।

Leave a comment