ଆସନ୍ତା ମାର୍ଚ୍ଚ ୫ରେ ପାଳନ ହେବ ରାଜ୍ୟବ୍ୟାପୀ ବିଜୁ ବାବୁଙ୍କର ୧୦୭ତମ ଜନ୍ମ ଦିବସ, ବିଜୁ ଜନତା ଦଳ ପକ୍ଷରୁ କାର୍ଯ୍ୟସୂଚୀ ଜାରି

0

ଆସନ୍ତା ମାର୍ଚ୍ଚ ୫ରେ ବିଜୁ ବାବୁଙ୍କର ୧୦୭ତମ ଜନ୍ମ ଦିବସ । ତେବେ ପ୍ରତି ବର୍ଷ ଭଳି ଏବର୍ଷ ବିଜୁ ଜନତା ଦଳ ଖୁବ ଧୁମଧାମରେ ପାଳନ କରିବା ଏହି ଦିବସ । ଏହି କାରଣରୁ ବିଜୁ ଜନତା ଦଳ ପକ୍ଷରୁ ଏକ କାର୍ଯ୍ୟସୂଚୀ ଜାରି କରାଯାଇଛି । ଏହି ଅନୁସାରେ…

ସକାଳ ୬ଟାରେ ପ୍ରଭାତ ଫେରି ଓ ବିଜୁବାବୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ସହିତ ଏହି ଦିବସ ଶୁଭାରମ୍ଭ କରାଯାଇ ହସ୍ପିଟାଲ, ଅନାଥାଶ୍ରମ, ବୁଦ୍ଧlଶ୍ରମ ଓ ବାଳାଶ୍ରମରେ ଫଳ ବଣ୍ଟନ ସହିତ ଅନ୍ୟାନ୍ୟ ସମାଜସେବା କାର୍ଯ୍ୟକ୍ରମ ରହିଛି ।

ସେହିପରି ୮.୩୦ ମିନିଟରେ ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ପକ୍ଷରୁ ପ୍ରତେକ ନିର୍ବାଚନ ମଣ୍ଡଳୀ ସ୍ତରରେ ଅନ୍ୟୁନ ୨ଶହ କର୍ମୀଙ୍କୁ ନେଇ ୫କିମି ପର୍ଯ୍ୟନ୍ତ ସାଇକେଲ ରାଲି କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ଅପରାହ୍ନ ୪ଟା ପରଠାରୁ ପ୍ରତେକ ନିର୍ବାଚନ ମଣ୍ଡଳୀରେ ଦଳର ନିର୍ବାଚିତ ସଦସ୍ୟ-ସଦସ୍ୟା, ଦଳୀୟ କର୍ମକର୍ତା, କର୍ମୀ, ସକ୍ରିୟ ସଦସ୍ୟ ପ୍ରମୁଖ ଦଳୀୟ ସଂଗଠନର, ସଦସ୍ୟ ତଥା ପୌରପାଳିକା ଓ ପଂଚାୟତୀରାଜ ଅନୁଷ୍ଠାନର ନିର୍ବାଚିତ ସଦସ୍ୟମାନଙ୍କୁ ନିଆଯାଇ ଏକ ସାଧାରଣ ସଭା ଆୟୋଜନ କରାଯିବ । ଉପସ୍ଥିତ ପ୍ରତେକ ସଦସ୍ୟ ଲୋକସେବାକୁ ଏକ ମହନୀୟ ବ୍ରତ ଭାବେ ଗ୍ରହଣ କରିବେ ଓ ସମୃଦ୍ଧ, ସଶକ୍ତି ଓ ସ୍ୱାଭିମାନୀ ‘ନବୀନ ଓଡିଶା’ ଗଢିବା ପାଇଁ ଶପଥ ନେବେ ।

ଏହି ସାଧାରଣ ସଭାରେ ବିଜୁବାବୁଙ୍କ ସହକର୍ମୀ, ସହଯୋଗୀ ଓ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବାରେ ନିଜକୁ ନିୟୋଜିତ କରିଥିବା ବର୍ଷିଆନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ମାର୍ଚ୍ଚ ୫ ରୁ ୨୫ ମଧ୍ୟରେ ପ୍ରତେକ ନିର୍ବାଚନମଣ୍ଡଳୀରେ ସମୃଦ୍ଧ, ସଶକ୍ତି ଓ ସ୍ୱାଭିମାନୀ ‘ନବୀନ ଓଡିଶା’ ଗଠନ ଉପରେ ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ବିଜୁ ଜନତା କର୍ମୀ ଓ କର୍ମକର୍ତାଙ୍କ ମଧ୍ୟରେ ଆୟୋଜନ କରାଯିବ । ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏହି ପ୍ରତିଯୋଗିତାର ଆୟୋଜନ କରିବେ ଓ ୧୭ ଏପ୍ରିଲରେ ବିଜୟୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ସେହିଭଳି ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ରାଜ୍ୟ ସ୍ତରରେ ପାଳନ କରାଯିବ । ମାର୍ଚ୍ଚ ୯ ରୁ ୧୭ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ ଆୟୋଜନ କରାଯାଇ ଆମ ରାଜ୍ୟର ମହିଳାଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶସ୍ତ୍ରୀକରଣରେ ବିଜୁ ବାବୁଙ୍କ ଅମୁଲ୍ୟ ଅବଦାନ ଓ ବିଜୁ ଜନତା ଦଳ ସରକାରଙ୍କ ବିଭିର୍ଣ୍ଣ କାର୍ଯ୍ୟକ୍ରମ ରାଜ୍ୟର ମହିଳାମାନଙ୍କୁ ସଶକ୍ତି କରିବା ସହିତ କିଭଳି ଆମକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନୁକରଣୀୟ କରିପାରିଛି ସେ ସମ୍ପର୍କରେ ଆଲୋଚନା କରାଯିବ ।

Leave a comment

You cannot copy content of this page