ବିଜେପୁର ଉପନିର୍ବାଚନ, କଂଗ୍ରେସର ପ୍ରାର୍ଥୀଙ୍କ ନାମ ଘୋଷଣା, ବିଜେପିର ଆଜି, ବିଜେଡିରେ ଆଶାୟୀ ଅନେକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲିଛି । ବିଜେଡିରେ ରୀତା ସାହୁଙ୍କ ନାମ ଆଗରେ ଥିଲା ବେଳେ ପୂର୍ବତନ ସାଂସଦ ପ୍ରଭାସ ସିଂ ନିଜକୁ ଏହି ଆସନର ଦାବେଦାର ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସେହିପରି ଏପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି । ବିଜେପୁରରେ ରୀତାଙ୍କ ସ୍ଥିତି ଏତେ ସୁଦୃଢ ନାହିଁ ତେଣୁ ବିଜେଡିରେ ପ୍ରାର୍ଥୀ ଚୟନକୁ ନେଇ ବିଳମ୍ବ ହେଉଛି । ଶାସକ ଦଳର ବୈଠକ ସରିଛି କେବଳ ନାମ ଘୋଷଣା ବାକି ରହିଛି । ଆସନ୍ତା ୩୦ତାରିଖ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ବୋଲି ଦଳ ପକ୍ଷରୁ ପ୍ରକାଶ କରାଯାଇଛି ।

ଅପରପକ୍ଷରେ, ରାଜ୍ୟ ବିଜେପି ବରଗଡ଼ ଜିଲ୍ଲା ଅତାବିରାରେ ବିଜେପୁର ଉପନିର୍ବାଚନବ ପାଇଁ ବୈଠକ କରିସାରିଛି । ବସନ୍ତ ପଣ୍ଡା, ସୁରେଶ ପୂଜାରୀ, କେ.ଭି ସିଂଦେଓ, ପ୍ରଦୀପ ପୁରୋହିତ ପ୍ରମୁଖଙ୍କ ଉପସ୍ଥିତରେ ଏହି ବୈଠକ ବସିଥିଲା । ଯେଉଁଥିରେ ସେମାନେ ବରଗଡ଼ ଜିଲ୍ଲା ର କର୍ମୀ ମାନଙ୍କ ମତାମତ ମଧ୍ୟ ଲୋଡିଥିଲେ । ଆଜି କିମ୍ୱା କଲି ସୁଦ୍ଧା ବିଜେପି ତାର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ସୂଚନା ଦେଇଛି ।

ସେହିପରି ବରଗଡ ଜିଲ୍ଲା କଂଗ୍ରେସ ଉପସଭାପତି ଦିଲ୍ଲୀପ ପଣ୍ଡାଙ୍କୁ କଂଗ୍ରେସର ବିଜେପୁର ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବୈଠକ ପରେ ଗତକାଲି ୫ଜଣ ପ୍ରାର୍ଥୀଙ୍କ ନାଁ ଚୁଡାନ୍ତ ହୋଇଥିଲା । ଏହି ତାଲିକାରେ ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠଙ୍କ ପୁଅ ଅଭିଶେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧିସ୍ମିତା ସୁଆର ଏବଂ ରବୀନ୍ଦ୍ର ପଣ୍ଡାଙ୍କ ନାଁ ରହିଥିଲା । ଏହି ୫ ଜଣଙ୍କ ନାଁକୁ ଏଆଇସିସି ପାଖକୁ ପଠାଯାଇଥିଲା । ଯେଉଁଥିରୁ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ ।

Leave a comment