ପଟକୁରାରୁ ଲଢ଼ିବେ ବିଜୟ
ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ବିଜେପିର ମୁଖଶାଳା ବଡ଼ ମନ୍ଦିର ଛୋଟ କହି ଦିନେ ଦୁରେଇ ଯାଇଥିଲେ ବଜିୟ ମହାପାତ୍ର ଆଜି ସେଇ ବିଜୟ ପୁଣି ବିଜେପିକୁ ଫେରୁଛନ୍ତି । ମୁଖଶାଳା ଛୋଟ ହୋଇ ମନ୍ଦିର ବଡ଼ ହୋଇଗଲା ନା’ ରାଜନିତୀକ ବାଧ୍ୟବାଧ୍ୟକତା ।
ମିଳିଥିବା ସୂଚନା ଅନୁଯାୟୀ, ବିଜୟ ମହାପାତ୍ର ଆଜି ବିଜେପିକୁ ଫେରୁଛନ୍ତି ଏବଂ ଚଳିତ ନିର୍ବାଚନ ରେ ପଟକୁରା ରୁ ବିଧାନସଭା ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ଦୁଇଦିନ ତଳେ କେବି ସିଂଦେଓ ଏବଂ ବୈଜୟନ୍ତ ପଣ୍ଡା ତାଙ୍କ ଘରକୁ ତାଙ୍କୁ ବୁଝାସୁଝା କରିଥିଲେ । ଏହାପୂର୍ବରୁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଥିଲା । ବୈଜୟନ୍ତଙ୍କ ସପକ୍ଷରେ କେନ୍ଦ୍ରାପଡା ରେ ଏକ ହାୱା ବହୁଛି । ଏହି ହାୱା ରେ ନିଜ ରାଜନୀତିକୁ ପରଖିବାକୁ ଠିକ ଭାବିଲେକି ବିଜୟ । ବିଜୟଙ୍କ ବିଜେପି କୁ ଫେରିବା ଆଉ ଏକ ରାଜନୀତିକୁ ମଧ୍ୟ ଦର୍ଶାଉଛି । ବିଜୟଙ୍କ ପରମ ବନ୍ଧୁ ଦିଲ୍ଲୀପ ରାୟ କିଛିଦିନ ତଳେ ନବୀନ ବାବୁଙ୍କ ସହ କଥା ହୋଇଥିଲେ । କେନ୍ଦ୍ରାପଡା ରୁ ଲଢ଼ିବେ ବୋଲି ମଧ୍ୟ ଅଲୋଚନ ହୋଇଥିଲା । ବିଜୟ ଯଦି କେନ୍ଦ୍ରାପଡ଼ା ଫେରନ୍ତି, ବିଧାନସଭା ଲଢନ୍ତି ଓ ବୈଜୟନ୍ତଙ୍କ ସାଥ ଦିଅନ୍ତି ସବୁ ଦିନର ବନ୍ଧୁତା ଭୁଲି ଦିଲ୍ଲୀପ କ’ଣ ନବୀନଙ୍କ ପାଇଁ ବିଜୟଙ୍କ ଶତ୍ରୁ ହେବେ ? ଯେଉଁ ନବୀନ ଦୁଇଜଣଙ୍କ ପାଇଁ ଶତ୍ରୁ ସାଜିଥିଲେ ଏବେ କ’ଣ ସେହି ଶତ୍ରୁତା ମିତ୍ରତାରେ ପରିବର୍ତ୍ତନ ହୋଇଯିବ ? ଅନିଶ୍ଚିତତା ଆଉ ସମ୍ଭାବନର ପ୍ରତୀକ ହେଉଛି ରାଜନୀତି । ଓଡିଶା ରାଜନୀତି କି ରୂପ ନେଉଛି ଦେଖିବାକୁ ବାକିରହିଲା ।