ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷ ଭାବେ ବିଜୟ ଦାୟିତ୍ୱ ଗ୍ରହଣ କଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀ ବିଜୟ କୁମାର ନାୟକ ଗତକାଲି ବିଧିବଦ୍ଧ ଭାବରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ନାୟକ କହିଥିଲେ, ରାଜ୍ୟର ଯୁବଗୋଷ୍ଠିକୁ ସୁଦୃଢ, ସଂଗଠିତ ଓ କ୍ରିୟାଶୀଳ କରିବାରେ ‘ବିଜୁ ଯୁବ ବାହିନୀ’ର କାର୍ଯ୍ୟ ଅତୁଳନୀୟ । ରାଜ୍ୟର ସମସ୍ତ ୬,୮୦୦ ପଞ୍ଚାୟତ ଏବଂ ୧୧୩ଟି ସହରାଞ୍ଚଳରେ ବିଜୁ ଯୁବ ବାହିନୀ ଗଠନ ହୋଇ ବର୍ତ୍ତମାନ ୨ଲକ୍ଷ ୭୦ହାଜର୍ତ୍ତୃ ଉର୍ଦ୍ଧ ଯୁବକ-ଯୁବତୀ ଏଥିରେ ସାମିଲ ହୋଇସାରିଛନ୍ତି ।

‘ବିଜୁ ଯୁବ ବାହିନୀ’ ଦେଶର ଏକ ପ୍ରମୁଖ ସ୍ବେଚ୍ଛାସେବୀ ସଙ୍ଗଠନ ଭାବେ ପରିଗଣିତ ହେଉଛି । ‘ବିଜୁ ଯୁବ ବାହିନୀ’ ବୃକ୍ଷ ରୋପଣ ହେଉ ବା ତିତଲି କ୍ଷତିଗ୍ରସ୍ତଙ୍କ ସହାୟତ ହେଉ, ଫନିରେ ନିଜର ସର୍ବସ୍ବ ହରାଇ ଥିବା ପରିବାରଙ୍କୁ ସାହାଯ୍ୟ କରିବା ହେଉ ବା ଅଚିହ୍ନା ଶବକୁ ମର୍ଯ୍ୟଦାର ସହ ଶେଷକୃତ୍ୟ ହେଉ ଏସବୁ କାର୍ଯ୍ୟ ଦ୍ୱାରା ସମଗ୍ର ଦେଶରୁ ପ୍ରସଂଶା ସାଉଁଟି ପାରିଛି । ଶ୍ରୀ ନାୟକ ଆହୁରି ମଧ୍ୟ କହିଥିଲେ, ପୂର୍ବ ପରି ଏବର୍ଷ ମଧ୍ୟ ‘ବିଜୁ ଯୁବ ବାହିନୀ’ ସେହିପରି ସାମାଜିକ କାର୍ଯ୍ୟକୁ ଆଗେଇ ନେବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ବିକାଶମୁଖୀ ଦିଗଦର୍ଶନରେ ‘ବିଜୁ ଯୁବ ବାହିନୀ’ ଅଧିକ ରୁ ଅଧିକ ସକ୍ରିୟ ହୋଇ ଉର୍ଣ୍ଣତ୍ତ ସମାଜ ନିର୍ମାଣ ଓ ଦେଶ ଗଠନରେ ସହାୟକ ହେବ ବୋଲି କହିଥିଲେ ।

ଏହି ଦାୟିତ୍ୱ ଗ୍ରହଣ ଅବସରରେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ଜିଲ୍ଲା ସଭାପତି ଅମରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment