ଆର ପାରିରେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରପାରିରେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ସେ ଦୀର୍ଘଦିନ ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । କିଛି ଦିନ ତଳେ ସେ ଭୁବନେଶ୍ବରକୁ ଆସି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛିଦିନର ଚିକିତ୍ସା ପରେ ହାଲକା ସୁସ୍ଥ ଅନୁଭବ କରିବାରୁ ଘରକୁ ଫେରିଆସିଥିଲେ । କିନ୍ତୁ ହଠାତ ଆଜି ସନ୍ଧ୍ୟା ୮ ଟା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ମ୍‌ତ୍ୟୁ ହୋଇଥଇଥିବା ସୂଚନା ମିଳିଛି ।

Leave a comment