ଇଟାଲୀରୁ ଆସିବ ୮ଶହ କିଗ୍ରା ଓଜନର ଗୀତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇସ୍କନ ପକ୍ଷରୁ ସୁନା, ରୁପା, ପ୍ଲାଟିନମ୍‌ରେ ତିଆରି ଗୀତା ଖୁବଶୀଘ୍ର ଭାରତକୁ ଆସିବ । ଇଟାଲୀର ମିଲାନରୁ ସମୁଦ୍ର ପଥ ଦେଇ ଏହି ଗୀତା ଭାରତରେ ପହଞ୍ଚିବ । ଏହାର ଓଜନ ୮ଶହ କିଗ୍ରା ରହିଛି । ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାସ୍ଥିତ ଜ୍ୟୋତିସରଠାରେ ନିର୍ମାଣ ଚାଲିଥିବା ଶ୍ରୀ କ୍ରିଷ୍ଣ ଅର୍ଜୁନ ମନ୍ଦିରରେ ଏହି ଗୀତା ବହି ଲୋକାର୍ପିତ ହେବ । ଆସନ୍ତା ଡିସେମ୍ବର ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକର୍ପଣ କରିବେ । ଏହାକୁ ତିଆରି କରିବାରେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।ନଭେମ୍ବର ୧୧ରେ ଏହାକୁ ମିଲାନରେ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ୬୭୦ ପୃଷ୍ଠା ରହିଛି । ଏହାର ଲମ୍ବ ୨.୮୪ ମିଟର ଏବଂ ଚଉଡ଼ା ୨ ମିଟର ରହିଛି । ଏହାର ପୃଷ୍ଠା ଓଲଟାଇବା ପାଇଁ ୩ରୁ୪ ଜଣ ଲୋକଙ୍କ ଆବଶ୍ୟକତା ପଡ଼ିଥାଏ । ଏଥିରେ ସିନ୍ଥେଟିକ୍‌ କାଗଜର ବ୍ୟବହାର କରାଯାଇଛି । ଏହି ବହିରେ ଲାଗିଥିବା ଅର୍ଜୁନଙ୍କ ରଥ ଚାଇନାରେ ନିର୍ମାଣ କରାଯାଇଛି । ଯେଉଁଥିପାଇଁ ପ୍ରାୟ ୪କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି । ଗୀତା ପ୍ରଚାରର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାକୁ ତିଆରି କରାଯାଇଛି । ୨୦୨୦ ପରେ ଏହାକୁ କୁରୁକ୍ଷେତ୍ରରେ ନିର୍ମିତ ହେଉଥିବା ଶ୍ରୀକୃଷ୍ଣ-ଅର୍ଜୁନ ମନ୍ଦିରରେ ସ୍ଥାପନ କରାଯିବ । ଏ ସମ୍ପର୍କରେ କୁରୁକ୍ଷେତ୍ର ଇସ୍କନ ମନ୍ଦିରର ମୁଖ୍ୟ ସାକ୍ଷୀଗୋପାଳ ଦାସ ମହାରାଜ ସୂଚନା ଦେଇଛନ୍ତି ।

Leave a comment