ଷଷ୍ଠ ଦିନରେ ବି ଗୃହ ଅଚଳ : ୧୨ ଯାଏ ମୁଲତବି
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ବି ବିଧାନସଭା ଅଚଳ। ଲଗାତର ୫ଦିନ ଅଚଳ ପରେ ଆଜି ବି ଚାଲିପାରିଲାନି ଗୃହ। ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି। ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି । ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖିଲେ ବାଚସ୍ପତି।
ସୂଚନାଯୋଗ୍ୟ ଯେ, ଆଜି ପ୍ରଶ୍ନ କାଳରେ ଜଳ ସମ୍ପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ, ଓଡ଼ିଆ ଭାଷା ସାହିତ୍ୟର ଓ ସଂସ୍କୃତି ବିଭାଗର ଅଲୋଚନା ରହିଥିଲା। ଏହା ସହିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାର କାର୍ଯ୍ୟକ୍ରମ ରହିଥିଲେ । କିନ୍ତୁ ଗୃହ ବାରମ୍ବାର ମୁଲତବୀ ଲାଗି ପ୍ରଶ୍ନକାଳ ବାତିଲ ହେବାକୁ ପଡୁଛି।