ଭାରତୀୟ ବଂଶୋଭବ ଅଜୟ ବାଙ୍ଗା ହେବେ ବିଶ୍ୱ ବ୍ୟାଙ୍କର ନୂତନ ସଭାପତି

0

ଭାରତୀୟ ବଂଶୋଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା ହେବେ ବିଶ୍ୱ ବ୍ୟାଙ୍କର ନୂତନ ସଭାପତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶ୍ରୀ ବାଙ୍ଗାଙ୍କୁ ଏହି ପଦ ପାଇଁ ମନୋନୀତ କରିଥିବା ଗୁରୁବାର ଘୋଷଣା କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ନିଯୁକ୍ତ ଡେଭିଡ୍ ମାଲପାସ୍ ଜୁନ୍ ମାସରେ ବିଶ୍ୱ ବ୍ୟାଙ୍କର ସଭାପତି ପଦରୁ ଇସ୍ତଫା ଦେବାକୁ ଯୋଜନା କରୁଥିବା ନେଇ ଘୋଷଣା କରିବାର କିଛି ଦିନ ପରେ ଏହି ଖବର ଆସିଛି।

ମାଲପାସଙ୍କର ୫ ବର୍ଷର କାର୍ଯ୍ୟକାଳ ଏପ୍ରିଲ୍ ୨୦୨୪ରେ ଶେଷ ହେବାର ଥିଲା। ବିଶ୍ୱ ବ୍ୟାଙ୍କର ସଭାପତି ସାଧାରଣତ ଆମେରିକୀୟ ହୋଇଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ପାରମ୍ପରିକ ଭାବରେ ୟୁରୋପୀୟ ହୋଇଥାନ୍ତି। ୬୩ ବର୍ଷୀୟ ଶ୍ରୀ ବାଙ୍ଗା ଭାରତୀୟ-ଆମେରିକୀୟ ଏବଂ ବର୍ତ୍ତମାନ ଇକ୍ୱିଟି ଫାର୍ମ ଜେନେରାଲ ଆଟଲାଣ୍ଟିକରେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।

Leave a comment

You cannot copy content of this page