ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେଶ ବାଘେଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହେବା ନେଇ ଜାରି ରହିଥିବା ସମସ୍ତ ଆକଳନ ର ଅନ୍ତ ଘଟିଛି । ତିନି ତିନି ଜଣ ଦାବିଦାରଙ୍କୁ ପଛରେ ପକାଇ ଛତିଶଗଡ଼ ପ୍ରଦେଶ କଂଗ୍ରେସ ମୁଖ୍ୟ ଭୂପେଶ ବାଘେଲଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପଦ । ତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ ହିଁ ଭାଜପା ନିଜ ଗଡ଼ରେ ଶୋଚନୀୟ ପରାଜୟ ବରଣ କରିଥିଲା । ଫଳରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପୁରସ୍କାର ଭାବେ ଦିଆଯାଇଥିବା କୁହାଯାଉଛି । ସେ ତାଙ୍କର ଅନ୍ୟ ଦୁଇ କଂଗ୍ରେସ ସାଥୀ ତଥା ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କମଲ ନାଥଙ୍କ ସହିତ ସୋମବାର ଶପଥ ନେବେ ।

ସୂଚନା ଅନୁଯାୟୀ, ରବିବାର ରାୟପୁରଠାରେ ବିସିଥିବା ନବର୍ନିବାଚିତ ବିଧାୟକଙ୍କ ବୈଠକରେ ଭୂପେଶ ବାଘେଲାଙ୍କୁ ସର୍ବ ସମ୍ମତି କ୍ରମେ ନେତାଭାବେ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳରେ ଟଣାଓଟରା ଲାଗି ରହିଥିଲା । ରାଜ୍ୟର ବରିଷ୍ଠ ନେତା ଟି.ଏସ. ସିଂ ଦେଓ, ତାମ୍ରଧ୍ୱଜ ସାହୁ, ଚରଣ ଦାସ ମହନ୍ତଙ୍କ ସହିତ ଆଲୋଚନା ପରେ ଭୂପେଶଙ୍କ ସପକ୍ଷରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜି ସନ୍ଧ୍ୟାରେ ଭୂପେଶ ରାଜ୍ୟପାଳ ଆନନ୍ଦୀବେନ ପାଟିଲଙ୍କୁ ଭେଟି ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ତାଲିକା ପ୍ରଦାନ କରିବେ ।

Leave a comment