ଆଫଗାନିସ୍ତାନରେ ଭୂମିକମ୍ପ, ୧୨ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଫଗାନିସ୍ତାନରେ ଭୂମିକମ୍ପ । ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତ ବାଡଘିସରେ ହୋଇଥିବା ଭୂମିକମ୍ପରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଆହୁରି ଅନେକ ଲୋକେ ଆହତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି । ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଅପରାହ୍ଣ ସମୟରେ ଆଫଗାନିସ୍ତାନର ବାଡଘିସରେ ଭୂମିକମ୍ପର ଝଟକା ଅନୁଭବ ହୋଇଥିଲା। ଭୂମିକମ୍ପର ତୀବ୍ର ଝଟକାରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି ।

Leave a comment