ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୪

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅରୁଣାଞ୍ଚଳ ପ୍ରଦେଶରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ ପ୍ରତିଷ୍ଠାନର ସୂଚନା ମୁତାବିକ, ଅରୁଣାଚଳର ଚାଙ୍ଗଲାଙ୍ଗ ଠାରୁ ୭୦ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ଦ୍ୱିପ୍ରହର ୩.୦୬ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭବ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୪ ଥିବା ଜଣାପଡ଼ିଛି । ତେବେ ଏଥିରେ କେହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଥିବା ବେଳେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।

ଅନ୍ୟପଟେ ଗୁଜୁରାଟର କଚ୍ଛ ଜିଲ୍ଲାରେ ରବିବାର ସକାଳେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । କିନ୍ତୁ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ଗାନ୍ଧୀନଗର ସ୍ଥିତ ଭୂକମ୍ଫ ବିଜ୍ଞାନ ଅନୁସନ୍ଧାନ ସଂସ୍ଥାର ତଥ୍ୟ ଅନୁସାରେ ଭୂକମ୍ପ ସକାଳ ୮.୩୮ରେ ହୋଇଥିଲା । ଭୂକମ୍ପର କେନ୍ଦ୍ର ଦୁଧଇ ଠାରୁ ୨୬ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ୯.୩ କିଲୋମିଟର ଗଭୀର ଖାତ ଥିବା ଜଣାପଡ଼ିଥିଲା ।

Leave a comment