ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ନବନିର୍ବାଚିତ ବିଜେପି ସାଂସଦ ତଥା ପୂର୍ବତନ ପ୍ରଶାସିକା ଅପରାଜିତା ଷଢଙ୍ଗୀ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । ବାତ୍ୟା ଫନି ପରେ ଭୁବନେଶ୍ୱର ର ଅନେକ ସ୍ଥାନରେ ଅତ୍ୟନ୍ତ କ୍ଷୟକ୍ଷତି ହୋଇଛି । ଏପରିକି ବହୁବର୍ଷ ପୁରୁଣା ବୃକ୍ଷ ସବୁ ଉପୁଡିଯିବାରୁ ରାଜଧାନୀ ଶ୍ରୀହୀନ ହୋଇପଡିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସବୁଜିମା ଫେରାଇ ଆଣିବା ସହ ଏହାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ ।

ସୂଚନା ଅନୁଯାୟୀ, ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ ଚଳିତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସେହିପରି ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତକାର ଥିବା ସୂଚନା ମିଳିଛି ।

Leave a comment